ଓଡିଶା

odisha

ETV Bharat / state

ଗୋପୀନାଥଙ୍କ ଦୃଢ ଇଚ୍ଛା ଶକ୍ତି, ନିଃସ୍ବାର୍ଥ ଭାବେ କରୁଛନ୍ତି ରାଜରାସ୍ତା ସଫେଇ

70 ବର୍ଷ ବୟସର ବୃଦ୍ଧ ଜଣକ ସ୍ମାର୍ଟ ସିଟିରେ କରନ୍ତି ରାତି ଅଧିଆ ରାସ୍ତା ସଫେଇ । ଏନେଇ ଶୁଣିବାକୁ ମିଳେ ତାଙ୍କୁ ପାଗଳ ମଣିଷର ଆଖ୍ୟା । କିନ୍ତୁ ଜଣେ ପରିବେଶ ସଚେତନ ବ୍ୟକ୍ତି ଏହି ସବୁକୁ ଖାତିର ନକରି ପରିବେଶ ପ୍ରତି ନିଜ ଦାୟିତ୍ବ ନିଭେଇଥାନ୍ତି । ସ୍ବଚ୍ଛତା ଆମ ପାଇଁ କେତେ ଜରୁରୀ ତାହା ଜାଣି ସୁଦ୍ଧା ଲୋକମାନେ ବେଫିକର୍‌ ହୋଇ ଅଳିଆ ଏଣେତେଣେ ପକାଉଛନ୍ତି ।

By

Published : Apr 25, 2019, 1:03 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ରାତିଅଧରେ ରାଜରାସ୍ତାକୁ ସଫା କରିଥାନ୍ତି ବୃଦ୍ଧ ମଉସା ଜଣକ । ସେହି ବୃଦ୍ଧ ଜଣକ ହେଲେ ରାଜଧାନୀ ପଳାଶୁଣୀର ଗୋପୀନାଥ ରାଉତ । ବୟସ ପାଖାପାଖି 70ବର୍ଷ ତାଙ୍କର । ଘର କହିଲେ ତାଙ୍କର ଦୋକାନ ପିଣ୍ଡା । ତେବେ ସେହି ଅଞ୍ଚଳରେ ତାଙ୍କୁ ସମସ୍ତେ 'ଗୋପୀ ଅଜା' ବୋଲି ଡାକନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

25 ବର୍ଷ ପୂର୍ବେ ସେ ଏଠାକାର ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢାଉଥିଲେ । ପିଲାଙ୍କୁ ଶିକ୍ଷିତ କରିଥିବା ଏଇ ଗୋପୀ ଅଜାଙ୍କୁ ଏବେ କେହି କେହି ପାଗଳ କହୁଛନ୍ତି । କାରଣ ଏପରି ରାଜରାସ୍ତା ସଫା କରିବା ଜଣେ ପାଗଳ ମଣିଷର କାମ ଭାବନ୍ତି, ସେହି ଅଞ୍ଚଳର କିଛି ସ୍ଥାନୀୟ ବାସିନ୍ଦା । ହେଲେ ତାଙ୍କୁ ଏହି ସବୁ କଥାର କିଛି ଫରକ ପଡେ ନାହିଁ ।

କିନ୍ତୁ ସମସ୍ତେ ଭାବିବାର କଥା ଯେ, ଯେଉଁମାନେ ରାସ୍ତାରେ ଆବର୍ଜନା ପକାଉଛନ୍ତି, ସେମାନଙ୍କର ମସ୍ତିଷ୍କ ବିକୃତ, ନା ଯିଏ ବିନା ସ୍ବାର୍ଥରେ ଆବର୍ଜନା ସଫା କରୁଛି ତା'ର ମସ୍ତିଷ୍କ ବିକୃତ?

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details