ଓଡିଶା

odisha

ETV Bharat / state

ଟିକେଟ ନମିଳିବାରୁ ବିଜେପି କାର୍ଯ୍ୟାଳୟ ଘେରିଲେ ସମର୍ଥକ

ଟିକେଟ ନମିଳିବାରୁ କିଛି ସମର୍ଥକଙ୍କ ଅସନ୍ତୋଷର ଶିକାର ହୋଇଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି । ଏକାମ୍ର ଭୁବନେଶ୍ବର ପାଇଁ ଆଶାୟୀ ପ୍ରାର୍ଥୀ ଥିବା ଅମୀୟ ଦାସଙ୍କୁ ଟିକେଟ ନମିଳିବାରୁ ତାଙ୍କ ସମର୍ଥକମାନେ ପ୍ରକାଶ କରିଛନ୍ତି ତୀବ୍ର ଅସନ୍ତୋଷ ।

By

Published : Mar 22, 2019, 4:25 AM IST

Updated : Mar 22, 2019, 9:50 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଟିକେଟ ନମିଳିବାରୁ କିଛି ସମର୍ଥକଙ୍କ ଅସନ୍ତୋଷର ଶିକାର ହୋଇଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି । ସୂଚନା ଅନୁଯାୟୀ ଗୁରୁବାର ବିଜେପିର କେନ୍ଦ୍ରୀୟ କମିଟି ବୈଠକରେ ରାଜ୍ୟର 100 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଯେଉଁଥିରେ ଏକାମ୍ର ଭୁବନେଶ୍ବର ପାଇଁ ଆଶାୟୀ ପ୍ରାର୍ଥୀ ଥିବା ଅମୀୟ ଦାସଙ୍କୁ ଟିକେଟ ନମିଳିବାରୁ ତାଙ୍କ ସମର୍ଥକମାନେ ପ୍ରକାଶ କରିଛନ୍ତି ତୀବ୍ର ଅସନ୍ତୋଷ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅମୀୟ ଦାସଙ୍କ ସମର୍ଥକମାନେ କେନ୍ଦ୍ରୀୟ କମିଟିର ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟ ବିଜେପି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସିଛନ୍ତି । ଅମୀୟ ଦାସଙ୍କ ସମର୍ଥକମାନଙ୍କୁ ବୁଝାଇବାକୁ ଯାଇ ରାଜ୍ୟ ବିଜେପି ଉପ ସଭାପତି ସମୀର ମହାନ୍ତି ଘଟଣାସ୍ଥଳରେ ପହଞ୍ଚିବା ସହ ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

କିନ୍ତୁ ସମୀର ମହାନ୍ତିଙ୍କ ବୁଝାସୁଝା ପରେ ବି ଅରାଜି ହୋଇ ଅମୀୟ ଦାସଙ୍କୁ ଟିକେଟ ଦେବା ପାଇଁ ଦାବି କରିଥିଲେ ସମର୍ଥକ । ଫଳରେ ବିଜେପି କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ କରିବା ସହ ଉପସଭାପତି ସମୀର ମହାନ୍ତିଙ୍କ ଘର ଉପରେ ମଧ୍ୟ ଅମୀୟଙ୍କ ସମର୍ଥକମାନେ ଆକ୍ରମଣ କରିଛନ୍ତି ।

ପ୍ରକାଶ ଯେ ଚଳିତବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଗୁରୁବାର ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଯେଉଁଥିରେ ଏକାମ୍ର ଭୁବନେଶ୍ବର ପାଇଁ ଅମୀୟ ଦାସଙ୍କ ବଦଳରେ ବାବୁ ସିଂଙ୍କ ନାମ ରହିଥିଲା । ଫଳରେ ଅମୀୟଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରି ପ୍ରତିବାଦ କରିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Mar 22, 2019, 9:50 AM IST

ABOUT THE AUTHOR

...view details