ଓଡିଶା

odisha

ETV Bharat / state

କ୍ୟାଲେଣ୍ଡର ଦେଖି ସଚେତନ ହେବ ସମାଜ

ଲୋକଙ୍କୁ ସଚେତନ କରିବ କ୍ୟାଲେଣ୍ଡର। ସମାଜର ବିଭିନ୍ନ ସମସ୍ୟାକୁ କ୍ୟାଲେଣ୍ଡର ମାଧ୍ୟମର ପ୍ରତିଟି ଘରେ ସଚେତନତାର ବାର୍ତ୍ତା ପଠାଇବ ଶ୍ରୀଜନ ଗୃପ କାର୍ଯ୍ୟକ୍ରମ ।

By

Published : Apr 8, 2019, 10:06 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କ୍ୟାଲେଣ୍ଡର ମାଧ୍ୟମରେ ସଚେତନତାର ବାର୍ତ୍ତା। ଏକ ଭିନ୍ନ ଉପାୟରେ ଲୋକଙ୍କୁ ବାର୍ତ୍ତା ଦେବାକୁ ପ୍ରୟାସ କରିଛି ଶ୍ରିଜନ ଗ୍ରୁପ। କିଛି ଅଲଗା ଦୃଷ୍ଟି ଭଙ୍ଗୀରେ ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କୁ ଅବଗତ କରାଇବ ଏହି ଗ୍ରୁପ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରଥମ ଥର ଲାଗି ରାଜଧାନୀରେ ଏଭଳି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କ୍ୟାଲେଣ୍ଡର ମାଧ୍ୟମରେ ବିଭିନ୍ନ ସମସ୍ୟାକୁ ଦର୍ଶାଇ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରିଛି ଶ୍ରିଜନ ଗ୍ରୁପ । ଶିଶୁ ଓ ମହିଳା ଯୌନ ଶୋଷଣ, ପ୍ରଦୂଷଣ, ପ୍ଲାଷ୍ଟିକ ବ୍ୟବହାର ଭଳି ସମସ୍ୟାକୁ କ୍ୟାଲେଣ୍ଡରେ ଦର୍ଶାଇ ଘରେ ଘରେ କରାଇବ ସଚେତନ।

ଆଜିର ଯୁବପିଢି ଡ୍ରଗ୍ସ ଭଳି ନିଶାକ୍ତ ସେବନ ସହ ପାଠପାଢାର ଅତ୍ୟଧିକ ଚାପର ବସବର୍ତ୍ତୀ ହୋଇ ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଳେ। ସରକାର ଏନେଇ ବାରମ୍ବାର ସଚେତନତା କାର୍ଯ୍ୟକ୍ରମ କରୁଥିଲେ ମଧ୍ୟ ନାଗରିକ ସଚେତନ ହେବା ଆବଶ୍ୟକ ବୋଲି କହିଛନ୍ତି ଶ୍ରୀଜନର ମୁଖ୍ୟ ଅମନ ଅଗ୍ରୱାଲ।

ଏପରିକି ବିଭିନ୍ନ ସମୟରେ ଅଫିସରେ ମହିଳାମାନେ ଯୌନ ନିର୍ଯ୍ଯାତନାର ଶିକାର ହେଉଥିବା ବେଳେ ଶିଶୁମାନଙ୍କ ସୁରକ୍ଷା ଆବଶ୍ୟକ ହୋଇପଡିଛି ବୋଲି କହିଛନ୍ତି କ୍ୟାଲେଣ୍ଡରର ମଡେଲମାନେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details