ଓଡିଶା

odisha

ETV Bharat / state

'ଫନି'ରେ ଘାଇଲା ରାଜଧାନୀ, ସାହାରା ପାଲଟିଛି ଚାର୍ଜିଂ ଲାଇଟ୍‌

'ଫନି'ର ତାଣ୍ଡବରେ ସ୍ମାର୍ଟସିଟିର ରୂପରେଖ ବଦଳି ଯାଇଛି । ଏଥିସହ ରାଜଧାନୀ ଏକ ପ୍ରକାର ଠପ୍‌ ହୋଇଯାଇଛି । ନା ବିଜୁଳି ଅଛି ନା ପାନୀୟଜଳ ନା ଫୋନ୍‌ ନେଟ୍‌ଓ୍ବାର୍କ । ଏଭଳି ସମୟରେ ରାଜଧାନୀ ବାସିନ୍ଦା ସ୍ମାର୍ଟ ଟେକ୍ନୋଲୋଜିକୁ ଆପଣାଇଛନ୍ତି ।

By

Published : May 5, 2019, 4:21 AM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବିଜୁଳି ବିନା ବସବାସ କରୁଛନ୍ତି ରାଜ୍ୟର ରାଜଧାନୀ ବାସିନ୍ଦା । ତେବେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ପରେ ସହରବାସୀଙ୍କ ସାହାରା ପାଲିଟିଛି ସ୍ମାର୍ଟ ଲାଇଟ୍‌ ଓ ଫ୍ୟାନ୍‌ । ଏହି ଲାଇଟ୍‌ ଓ ଫ୍ୟାନ୍‌ ପାୱାର ବ୍ୟାଙ୍କର ଚାର୍ଜିଂରେ ଚାଲୁଛି । ଏଥିସହ ସ୍ମାର୍ଟ ଫୋନ୍‌କୁ ବି ଚାର୍ଜ କରିହେଉଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଏହା ମଧ୍ୟ ପଢନ୍ତୁ: ଓଡିଶାକୁ ଆସୁଛି ରିଲିଫ

ତେବେ ଏଭଳି ଗ୍ୟାଜେଟ୍‌ ଏବେ ସ୍ମାର୍ଟ ସିଟିରେ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି । ପାୱାର ବ୍ୟାଙ୍କ ୬୦୦ ଟଙ୍କାରୁ ଆରମ୍ଭ କରି ୨ହଜାର ଯାଏଁ ମୂଲ୍ୟ ରହିଛି, ସେହିପରି ଲାଇଟ ୫୦ରୁ ୬୦ ଟଙ୍କା ମଧ୍ୟରେ ରହିଛି । ସେହିପରି ଚାର୍ଜିଂ ଫ୍ୟାନ୍‌ ଗରମରୁ ମୁକ୍ତି ପାଇଁ ବେଶ୍‌ ଭଲ ବିକ୍ରି ହେଉଥିବା ବ୍ୟବସାୟୀ କହିଛନ୍ତି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details