ଓଡିଶା

odisha

ETV Bharat / state

ଶହୀଦ 2 ଓଡିଆ ଯବାନଙ୍କ ପରିବାର ସହ କଥାହେଲେ ମୁଖ୍ୟମନ୍ତ୍ରୀ

ଶହୀଦ ହୋଇଥିବା 2 ଓଡିଆ ଯବାନଙ୍କ ପରିବାର ସହ କଥାହେଲେ ମୁଖ୍ୟମନ୍ତ୍ରୀ । ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

By

Published : Feb 15, 2019, 4:55 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଭୁବନେଶ୍ୱର: ପୁଲୱାମା ଆତଙ୍କୀ ହମଲାରେ ଶହୀଦ ହୋଇଥିବା 2 ଓଡିଆ ଯବାନଙ୍କ ପରିବାର ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶହୀଦ ପରିବାରଙ୍କୁ ନବୀନ ସମବେଦନା ଜଣାଇଛନ୍ତି । ଏହାସହ ଏହି ହମଲାକୁ ଦୃଢ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ଗୁରୁବାର ଅପରାହ୍ଣରେ ଜମ୍ମୁକାଶ୍ମୀର ପୁଲଓ୍ୱାମାରେ ହୋଇଥିଲା ଆତଙ୍କୀ ହମଲା । ଏଥିରେ 46 ଜଣ ସିଆରପିଏଫ୍ ଯବାନ ଶହୀଦ ହୋଇଛନ୍ତି । ଏକାଧିକ ଗୁରୁତର ହୋଇ ଆର୍ମୀ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ଶହୀଦଙ୍କ ମଧ୍ୟରେ ଦୁଇଜଣ ଓଡିଆ ଯବାନ ରହିଛନ୍ତି ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details