ଓଡିଶା

odisha

ETV Bharat / state

ସର୍ବସମ୍ମତି କ୍ରମେ ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ନାଁ ଚୂଡାନ୍ତ

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକାୟୁକ୍ତ ଚୟନ ପାଇଁ ରାଜ୍ୟ ଅତିଥି ଭବନରେ ବୈଠକ ବସିଥିଲା। ଏହି ବୈଠକରେ ସର୍ବସମ୍ମତି କ୍ରମେ ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ନାଁ ଚୂଡାନ୍ତ ହୋଇଛି।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର

By

Published : Feb 12, 2019, 10:18 PM IST

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକାୟୁକ୍ତ ଚୟନ ପାଇଁ ରାଜ୍ୟ ଅତିଥି ଭବନରେ ବୈଠକ ବସିଥିଲା। ଏହି ବୈଠକରେ ସର୍ବସମ୍ମତି କ୍ରମେ ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ନାଁ ଚୂଡାନ୍ତ ହୋଇଛି। ଚୟନ କରାଯାଇଥିବା ନାମକୁ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଛି।

ରାଜ୍ୟପାଳଙ୍କ ଅନୁମୋଦନ ପରେ ନାଁ ପ୍ରକାଶ କରାଯିବ। ମାତ୍ର ଲୋକାୟୁକ୍ତ କମିଟିର ୫ ସଦସ୍ୟଙ୍କ ନାଁ ପରେ ଚୂଡାନ୍ତ ହେବ। ଏଥିପାଇଁ ଆଉ ଏକ ବୈଠକ ଡକାଯାଇ ନାଁ ଚୂଡାନ୍ତ ହେବ ବୋଲି ବୈଠକ ଶେଷରେ କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ।

ଏହି ବୈଠକର ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ହାଇକୋର୍ଟ ମୁଖ୍ୟ ବିଚାରପତି କଳ୍ପେଶ ସତ୍ୟନ୍ଦ୍ର ଜାଭେରୀ, ବିଧାନସଭା ବାଚସ୍ପତି ପ୍ରଦୀପ ଅମାତ, ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଉପସ୍ଥିତ ରହିଥିଲେ।


ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details