ଓଡିଶା

odisha

ETV Bharat / state

ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ହଡପ କରି ନିଜକୁ ଗୁଳି କଲେ ସୁରକ୍ଷାକର୍ମୀ

ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ଆସି ଲୋଭାଶକ୍ତ ହେଲେ ସୁରକ୍ଷାକର୍ମୀ । ଏଟିଏମ୍‌ ବଦଳରେ ପକେଟରେ ପୁରାଉଥିଲେ ଲକ୍ଷ ଲକ୍ଷ ଟଙ୍କା । ଶେଷରେ ଧରା ପଡିବା ଭୟରେ ନିଜକୁ ଗୁଳି କରିଛନ୍ତି ସୁରକ୍ଷାକର୍ମୀ ।

By

Published : Jul 16, 2019, 11:42 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ଆସି ଲୋଭାଶକ୍ତ ହେଲେ ସୁରକ୍ଷାକର୍ମୀ । ଏଟିଏମ୍‌ ବଦଳରେ ପକେଟରେ ପୁରାଉଥିଲେ ଲକ୍ଷ ଲକ୍ଷ ଟଙ୍କା । ଶେଷରେ ଧରା ପଡିବା ଭୟରେ ନିଜକୁ ଗୁଳି କରିଛନ୍ତି ସୁରକ୍ଷାକର୍ମୀ । ଘଟଣାଟି ହେଉଛି ଧଉଳି ଥାନା ଲିଙ୍ଗିପୁରରେ ଥିବା ସିକ୍ୟୋର ଭାଲ୍ୟୁ ଅଫ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଅଫିସର । ଯେଉଁଠାରେ ସଂସ୍ଥାର ବିଭିନ୍ନ ସ୍ଥାନରେ ଥିବା ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ଯାଇ ହଡପ କରୁଥିଲେ ସୁରକ୍ଷାକର୍ମୀ ।

ଏ କୌଣସି ଦିନେ କି ଦୁଇ ଦିନର କଥା ନୁହେଁ, ଦୀର୍ଘ 3 ବର୍ଷ ହେବ ଏପରି ଟଙ୍କା ହଡପ କରୁଥିଲେ ପୁରୀ ଜିଲ୍ଲା ନିମାପଡାର ମୀନକେତନ ବେହେରା । ଏପରି ଭାବେ ସମୁଦାୟ 1କୋଟି 72ଲକ୍ଷ ଟଙ୍କା ହଡପ କରିଥିଲେ ମୀନକେତନ । ତେବେ ଘଟଣାରେ ସଂସ୍ଥାର ଅନ୍ୟ କେତେକ ବରିଷ୍ଠ କର୍ମଚାରୀ ମଧ୍ୟ ସମ୍ପୃକ୍ତ ଥିବା ସନ୍ଦେହ କରିଛି ପୋଲିସ । ଫଳରେ ସହଯୋଗ ପାଇ ମୀନକେତନ ଟଙ୍କା ହଡପ କରୁଥିବା ଜଣା ପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅନ୍ୟପଟେ ବର୍ଷ ବର୍ଷ ଧରି ଏଟିଏମ୍‌ରେ ଟଙ୍କା କମ୍‌ ଥିବା ନେଇ ସାଇବର ହ୍ୟାକର ଏହାକୁ ଲୁଟ କରୁଥିବା ସନ୍ଦେହ କରୁଥିଲେ ପୋଲିସ । ଘଟଣାକୁ ନେଇ ତଦନ୍ତ ଚାଲିଥିବା ବେଳେ ଧରା ପଡିବା ଭୟରେ ନିଜକୁ ଗୁଳି କରିଥିଲେ ମୀନକେତନ । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏଟିଏମ୍‌ରୁ ହଡପ ଟଙ୍କାକୁ ବାହାରେ ବ୍ୟବହାର କରାଯାଇଛି କି ନାହିଁ ତାହା ତଦନ୍ତ ପରେ ଜଣା ପଡିବ ବୋଲି ପୋଲିସ ଜଣାଇଛି। ଏଥିସହ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରାଯିବା ନେଇ ମଧ୍ୟ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details