ଓଡିଶା

odisha

ETV Bharat / state

ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ, ୬ ଗିରଫ

4ମାସ ପୂର୍ବେ ଜଣେ ସୁକ୍ୟୁରିଟି ଗାର୍ଡଙ୍କୁ ଗୁଳିମାଡ ଘଟଣାର ହୋଇଛି ପର୍ଦ୍ଦାଫାଶ । ମୁଖ୍ୟ ଅଭିଯୁକ୍ତ ସମେତ 6ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ପୋଲିସ କମିଶନର ସତ୍ୟଜିତ ମହାନ୍ତି ।

By

Published : Jun 25, 2019, 7:30 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଭୁବନେଶ୍ବର: ରାଜଧାନୀର ରାଜରାସ୍ତାରେ କେତେବେଳେ ଖଣ୍ଡା ବୁଲିଲାଣି ତ କେତେବେଳେ ବନ୍ଧୁକ ଗର୍ଜିଲାଣି । ଅସୁରକ୍ଷିତ ହୋଇପଡିଛନ୍ତି ସହରବାସୀ । ଭୁବନେଶ୍ବର ବାଙ୍କୁଆଳରେ ସୁରକ୍ଷାକର୍ମୀଙ୍କୁ ଗୁଳିମାଡ଼ ଘଟଣାର ୪ ମାସ ପରେ ମୁଖ୍ୟ ଅଭିଯୁକ୍ତ ସମେତ 6ଜଣଙ୍କୁ ଗିରଫ କରିଛି ସହିଦ ନଗର ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଖଟାମିଠା କଲ୍ୟାଣ ମଣ୍ଡପର ସିକ୍ୟୁରିଟି ଗାର୍ଡ ଜ୍ଞାନରଞ୍ଜନ ମଲିକଙ୍କୁ ଗୁଳିମାଡ଼ ମାମଲାର ପୋଲିସ ଏବେ ପର୍ଦ୍ଦାଫାସ କରିଛି । ଏହି ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୩ ବାଇକ୍, ବିଭିନ୍ନ ବିଳାସପୂର୍ଣ୍ଣ ସାମଗ୍ରୀ ଜବତ କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି ।

କମିଶନରଙ୍କ ସୂଚନାନୂଯାୟୀ, ଏହି ଗ୍ୟାଙ୍ଗ ରାଜଧାନୀରେ ଥିବା ବିଭିନ୍ନ ହୋଟେଲ ମାଲିକଙ୍କୁ ଟାର୍ଗେଟ କରିଥାନ୍ତି । ସେମାନଙ୍କୁ ଦାଦାବଟି ଦେବାକୁ ଧମକ ଦେବା ସହ ଆକ୍ରମଣ କରିବାକୁ ମଧ୍ୟ ପଛାନ୍ତି ନାହିଁ । ଖଟାମିଠା ବିବାହ ମଣ୍ଡପ ମାଲିକ ଅନୁପ ବାଗୋଇଙ୍କୁ ମଧ୍ୟ ଠିକ ସେମିତି ଟାର୍ଗେଟ୍ କରି ୨୦୧୭ରେ ଅନୁପଙ୍କୁ ଏକ ଲକ୍ଷ ଟଙ୍କା ମାଗିଥିଲେ ଏହି ଗ୍ୟାଙ୍ଗ । ପରେ ଅନେକ ଥର ଟଙ୍କା ମାଗିଥିଲେ ମଧ୍ୟ ଭୟରେ ଅନୁପ ପୋଲିସଙ୍କ ନିକଟକୁ ନଯାଇ ବାରମ୍ବାର ଟଙ୍କା ଦେଇ ଚାଲିଥିଲେ । ପୋଲିସକୁ ଜଣାଇଲେ ପରିଣତି ଭୟଙ୍କର ହେବାର ଚେତାବନୀ ମଧ୍ୟ ଦେଇଥିଲେ ଲୁଟେରା ଗ୍ୟାଙ୍ଗ ।

ହେଲେ ଶେଷରେ ଅନୁପ ଟଙ୍କା ଦେବାକୁ ରାଜି ନହେବାରୁ ଲୁଟେରାମାନେ ତାଙ୍କୁ ଏକ ଶୁନଶାନ୍ ସ୍ଥାନକୁ ଡ଼ାକିନେଇ ଭୟଭୀତ କରିବାକୁ ସୁରକ୍ଷାକର୍ମୀଙ୍କୁ ଗୁଳି ମାରିଥିଲେ । ଘଟଣାରେ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଥିଲେ ସୁଦ୍ଧା ଅନୁପଙ୍କ ଠାରୁ ଦାଦାବଟି ନେବା ବନ୍ଦ କରିନଥିଲେ ଲୁଟେରା । କମିଶନରେଟ ପୋଲିସ ଏହାକୁ ନେଇ ତଦନ୍ତ ଆରମ୍ଭ କରି ଅନୁପଙ୍କୁ ଜେରା କରିବା ସମୟରେ ସେ ସତ କଥା କହିବାରୁ ଘଟଣାର ପର୍ଦ୍ଦାଫାଶ ହେବା ସହ ଲୁଟେରାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ ।

ଭୁବନେଶ୍ବରରୁ ବିକାଶ ରଞ୍ଜନ ଦାସ, ଇଟିଭି ଭାରତ

ABOUT THE AUTHOR

...view details