ଓଡିଶା

odisha

ETV Bharat / state

ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ନବୀନ ନିବାସରେ କବାଟକିଳା ବୈଠକ

ପାଟକୁରା ଉପନିର୍ବାଚନକୁ ନେଇ ଶାସକ ବିଜେଡି ପକ୍ଷରୁ ନବୀନ ନିବାସରେ ଅନୁଷ୍ଠିତ ହୋଇଯାଇଛି କବାଟକିଳା ବୈଠକ। ଦଳରେ ଥିବା ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଲୋଚନା ହୋଇଛି ।

By

Published : Jul 8, 2019, 2:39 PM IST

Updated : Jul 8, 2019, 5:01 PM IST

ଫାଇଲ ଫଟୋ

ଭୁବନେଶ୍ବର: ଆସନ୍ତା 20 ତାରିଖରେ ହେବାକୁ ଯାଉଛି ପାଟକୁରା ବିଧାନସଭା ଉପନିର୍ବାଚନ । ଏଥିପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍ । ଦଳର ଏହି ପାରମ୍ପରିକ ଆସନକୁ ବଜାୟ ରଖିବା ପାଇଁ ଶାସକ ବିଜେଡି ପକ୍ଷରୁ ଜାରି ରହିଛି ପ୍ରାଣମୂର୍ଚ୍ଛା ଉଦ୍ୟମ । ଏପରିକି ଦଳରେ ଥିବା ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ମନାଇବା ପାଇଁ ଆରମ୍ଭ ହୋଇଯାଇଛି ପ୍ରୟାସ ।

ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ନବୀନ ନିବାସରେ କବାଟକିଳା ବୈଠକ

ଏହିକ୍ରମରେ ଆଜି ନବୀନ ନିବାସରେ ପାଟକୁରା ଉପନିର୍ବାଚନକୁ ନେଇ ଅନୁଷ୍ଠିତ ହୋଇଯାଇଛି ଆତ୍ମଚିନ୍ତନ ଶିବିର । ବିଜେଡିରେ ଥିବା ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ମନାଇବାକୁ ଦଳୀୟ ମହଲରୁ ଆରମ୍ଭ ହୋଇଯାଇଛି ଉଦ୍ୟମ । ପାଟକୁରା ନିର୍ବାଚନମଣ୍ଡଳୀ ଅଧିନସ୍ଥ ଗରଦପୁର ଏବଂ ମାର୍ଶାଘାଇ ବ୍ଲକର ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଥିବା ନଜରକୁ ଆସିଛି । ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ଆରମ୍ଭ ହୋଇଯାଇଛି ଯୋଜନା ।

ସୋମବାର ସକାଳେ ଏ ସମ୍ପର୍କରେ ନବୀନ ନିବାସ ଆସି ଆଲୋଚନା କରିଥିଲେ ବିଜେଡିର ବହୁ ହେଭିୱଟ ନେତା । ଯେଉଁମାନଙ୍କ ମଧ୍ୟରେ ଥିଲେ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ସୁଶାନ୍ତ ସିଂ, କେନ୍ଦ୍ରପଡାର ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି କିଶୋର ତରାଇ, ପୂର୍ବତନ ବିଧାୟକ ସ୍ବର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲ ।

ଏନେଇ ମତ ରଖି ସଞ୍ଜୟ ଅଗ୍ରୱାଲ କହିଛନ୍ତି, ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଦଳରେ କୌଣସି ଅସନ୍ତୋଷ ନାହିଁ। ସେହିପରି କେନ୍ଦ୍ରପଡା ଜିଲ୍ଲା ବିଜେଡି ସଭାପତି କହିଛନ୍ତି, ପାଟକୁରା ଉପନିର୍ବାଚନରେ ଦଳ 40 ହଜାର ଭୋଟ ବ୍ୟବଧାନରେ ବିଜୟୀ ହେବ। ଏନେଇ ପ୍ରସ୍ତୁତି ଚାଲିଛି । ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରାପଡା ଯାଇ ପ୍ରଚାର କରିବା ପାଇଁ କୁହାଯାଇଛି ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jul 8, 2019, 5:01 PM IST

ABOUT THE AUTHOR

...view details