ଓଡିଶା

odisha

ETV Bharat / state

'ଟିକେଟ ନମିଳିଲେ ବି ବିଜେଡି ଛାଡିବିନି'

ବାରିପଦାରୁ ଦୁଇ ଦୁଇ ଜିତି ଉପବାଚସ୍ପତି ହୋଇଥିବା ସାନନ୍ଦ ମାରାଣ୍ଡିଙ୍କ ନାମ ଘୋଷଣା ହୋଇନଥିବା ବେଳେ ବିଜେଡି ଟିକେଟ ନ ଦେଲେ ବି ଦଳରେ ରହିବେ ବୋଲି କହିଛନ୍ତି ସାନନ୍ଦ ।

By

Published : Mar 30, 2019, 3:10 PM IST

ଫଟୋ ସୌଜନ୍ୟ: ବ୍ୟୁର ଚିଫ୍, ଭୁବନେଶ୍ବର


ଭୁବନେଶ୍ୱର: ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କୁ ଟିକେଟ ମିଳିବା ନେଇ ଦେଖାଦେଇଛି ଅନିଶ୍ଚିତତା। ବାରିପଦା ବିଜେଡିରୁ ଦୁଇ ଦୁଇ ଥର ଜିତି ଉପବାଚସ୍ପତି ହୋଇଥିବା ମାରାଣ୍ଡିଙ୍କ ନାମ ଏଯାଏ ଦଳ ଘୋଷଣା କରିନାହିଁ । ବାରିପଦା ପାଇଁ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ଟିକେଟ ନ ମିଳିଲେ ବି ବିଜେଡିରେ ରହିବେ ବୋଲି କହିଛନ୍ତି ସାନନ୍ଦ ।

ଭିଡିଓ ସୌଜନ୍ୟ: ବ୍ୟୁର ଚିଫ୍, ଭୁବନେଶ୍ବର

ତୃତୀୟ ପର୍ଯ୍ୟାୟରେ ମୟୂରଭଞ୍ଜ ଲୋକସଭାର ସମସ୍ତ 7ଟି ବିଧାନସଭା ପାଇଁ ନିର୍ବାଚନ ହେବ । ଏହି ନିର୍ବାଚନ ଆସନ୍ତା 2ତାରିଖରେ ନାମାଙ୍କନପତ୍ର ଦାଖଲର ଶେଷ ଦିନ । କିନ୍ତୁ ଏଯାଏ ବାରିପଦା ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରାଯାଇନାହିଁ । କିନ୍ତୁ ସେ ନବୀନଙ୍କ ଆସ୍ଥାଭାଜନ ହେବେ ବୋଲି ଆଶା ପ୍ରକାଶ କରିବା ସହ ଦଳରେ ରହିବେ ବୋଲି କହିଛନ୍ତି ।

2004 ପର୍ଯ୍ୟନ୍ତ ବାରିପଦା ଆସନ ଜେଏମଏମର ବିମଳ ଲୋଚନ ଦାସଙ୍କ ଦଖଲରେ ଥିଲା । ଏହା ପରେ 2009 ଓ 2014ରେ ଲଗାତାର ଦୁଇ ଥର ଉପବାଚସ୍ପତି ହୋଇଛନ୍ତି ସାନନ୍ଦ ମାରାଣ୍ଡି ।

ଭୁବନେଶ୍ବରରୁ ବ୍ୟୁରୋ ଚିଫ, ଇଟିଭି ଭାରତ

ABOUT THE AUTHOR

...view details