ଓଡିଶା

odisha

By

Published : May 7, 2019, 10:59 PM IST

ETV Bharat / state

୮ ଗାଡ଼ି ଜବତ, ବରଯାତ୍ରୀଙ୍କୁ ଆରଟିଓ ଅଧିକାରୀଙ୍କ ଧମକ

60 ବରଯାତ୍ରୀଙ୍କୁ ଆରଟିଓ ଅଧିକାରୀଙ୍କ ଖୁଲମଖୁଲା ଧମକ । ଗାଡି ଦିଅ ନଚେତ ରିଲିଫ କାମରେ ବାଧା ଉପୁଯାଉଛ ଦର୍ଶାଇ ସମସ୍ତଙ୍କ ନାରେ ଦଫା ଲାଗିବ ବୋଲି କହିଛନ୍ତି ଅଧିକାରୀ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: 60 ବରଯାତ୍ରୀଙ୍କୁ ଆରଟିଓ ଅଧିକାରୀଙ୍କ ଖୁଲମଖୁଲା ଧମକ । ଗାଡି ଦିଅ ନଚେତ ରିଲିଫ କାମରେ ବାଧପ୍ରାପ୍ତ କରୁଛ ଦର୍ଶାଇ ସମସ୍ତଙ୍କ ନାରେ ଦଫା ଲାଗିବ ବୋଲି କହିଛନ୍ତି ଅଧିକାରୀ । ଏଥିଯୋଗୁଁ ରାସ୍ତା ମଝିରେ ପିଲା ଠୁ ମହିଳା ସମସ୍ତେ ଧାରଣାରେ ବସିଥିବା ଦେଖାଦେଇଛି ରାଜଧାନୀରେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

କେନ୍ଦ୍ରାପଡାର ପାଟକୁରାରୁ ଆସିଥିବା ପ୍ରାୟ ୨୫୦ଜଣ ବର ଯାତ୍ରୀଙ୍କ ଅଧ ବାଟରୁ 8ଟି ଗାଡ଼ିକୁ ଜବତ କରିଛି ଆରଟିଓ । ଏହି ସବୁ ଗାଡିରେ ଥିବା 60 ଜଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରାସ୍ତା ମଝିରୁ ହିଁ ଆର୍ଟିଓ ଅଧିକାରୀ ମାନେ ୮ ଟି ଗାଡ଼ିକୁ ଜବତ କରି ପୋଲିସ ରିଜର୍ଭ କ୍ୟାମ୍ପସ ଭିତରେ ରଖିଛନ୍ତି । ଆଉ ଯଦି ଗାଡ଼ି ନ ଯିବ ରିଲିଫ୍ କାମରେ ବାଧା ସୃଷ୍ଟି କରୁଛ ବୋଲି ସମସ୍ତଙ୍କ ନାମରେ ଦଫା ଲଗାଯିବ ବୋଲି ବିଭାଗୀୟ ଅଧିକାରୀ ଧମକ ଦେଇଥିବା ଅଭିଯୋଗ ହୋଇଛି ।

ଏଥିରେ ଉତ୍ୟକ୍ତ ହୋଇ 60 ବରଯାତ୍ରୀ ଖରାରେ ରାସ୍ତା ମଝିରେ ବସି ଧାରଣା ଦେଇଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details