ଓଡିଶା

odisha

ETV Bharat / state

ଏକାମ୍ର କ୍ଷେତ୍ରରେ ନବୀନଙ୍କ ହାଇଟେକ୍‌ ପ୍ରଚାର

ଦଳୀୟ ବିଜୟ ନିମନ୍ତେ ବିଜେଡି ସୁପ୍ରିମୋ ଗୋଟିଏ ପରେ ଗୋଟିଏ ରୋଡ୍‌ ସୋ କରିଚାଲିଛନ୍ତି । ଏକାମ୍ର କ୍ଷେତ୍ରରେ ସୁପ୍ରିମୋ ଆର୍ଶୀବାଦ ମାଗିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ କହିଛନ୍ତି ।

By

Published : Apr 19, 2019, 9:09 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା,ଭୁବନେଶ୍ବର

ଭୁବନେଶ୍ବର: ଏକାମ୍ର କ୍ଷେତ୍ରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାଇଟେକ୍‌ ପ୍ରଚାର । ହାଇଟେକ୍‌ ବସ୍‌ରେ ଲିଙ୍ଗରାଜ ମନ୍ଦିରରୁ ବାହାରି କଳ୍ପନା ଛକ ରାସ୍ତା ଦେଇ ବଡଗଡ ହାଇସ୍କୁଲ୍‌ ଛକ ଯାଏଁ ଦଳୀୟ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା,ଭୁବନେଶ୍ବର

ତେବେ ବିପୁଳ ସଂଖ୍ୟାରେ ସାଧରଣ ଜନତା, କର୍ମୀ ଓ ସମର୍ଥକ ନବୀନଙ୍କୁ ସ୍ବାଗତ କରିଥିଲେ । ସୁପ୍ରିମୋ ଏକାମ୍ରବାସୀଙ୍କୁ ଆପଣମାନେ ଖୁସି ତ, ମୁଁ ବି ଖୁସି କହି ବିପୁଳ ସମର୍ଥନ ସାଉଣ୍ଟିଛନ୍ତି । ସେହିପରି ରାଜଧାନୀବାସୀଙ୍କ ଆର୍ଶୀବାଦ ସହ ଶଙ୍ଖ ଚିହ୍ନରେ ଭୋଟ ପାଇଁ ଆହ୍ବାନ ଦେଇଛନ୍ତି ।


ଭୁବନେଶ୍ବରରୁ ସଞ୍ଜୀବ କୁମାର ରାଏ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details