ଭୁବନେଶ୍ବର: ବିଧାନସଭାରେ ଉଠିଲା ଶିଳ୍ପ ସଂସ୍ଥାରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ପ୍ରସଙ୍ଗ । ଉଭୟ ଶାସକ ଓ ବିରୋଧୀ ବିଧାୟକ ପ୍ରଶ୍ନକାଳରେ ଏନେଇ ଉଦବେଗ ପ୍ରକାଶ କରିଛନ୍ତି । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରୁଥିବା ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଲୋକଙ୍କ ପାଇଁ 75 ପ୍ରତିଶତ ନିଯୁକ୍ତି ଦେବାକୁ ଦଳମତ ନିର୍ବିଶେଷରେ ଦାବି ହୋଇଛି ।
ଏହାର ଉତ୍ତରରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, ରାଜ୍ୟର 550ଟି ଶିଳ୍ପ ସଂସ୍ଥାରେ 2ଲକ୍ଷ 66 ହଜାର 854 ଜଣ ନିଯୁକ୍ତି ପାଇଛନ୍ତି । ଏହାମଧ୍ୟରେ 85 ପ୍ରତିଶତ ରାଜ୍ୟର ଏବଂ 39ହଜାର 853 ଜଣ ରାଜ୍ୟ ବାହାରର ବୋଲି କହିଛନ୍ତି ଶ୍ରମମନ୍ତ୍ରୀ । ତେବେ ଶିଳ୍ପ ସଂସ୍ଥାରେ 90 ପ୍ରତିଶତ ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ, 60 ପ୍ରତିଶତ କୁଶଳୀ, 30 ପ୍ରତିଶତ ପରିଚାଳନା ଅଧିକାରୀ ପଦବୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାକୁ ଶ୍ରମ ବିଭାଗ ପକ୍ଷରୁ ନିର୍ଦ୍ଦେଶନମା ଜାରି ହୋଇଛି ।