ଓଡିଶା

odisha

ETV Bharat / state

ଲୋକେ ଚାହାନ୍ତି ପରିବର୍ତ୍ତନ: ଅପରାଜିତା

ନିଜର ମତଦାନ ପରେ ବୁଥରୁ ବୁଥ ବୁଲି ଲୋକଙ୍କ ସହ ମିଶିଥିଲେ । ଲୋକଙ୍କ ସହ ମିଶିବା ପରେ ଲୋକେ ପରିବର୍ତ୍ତନ ଚାହୁଛନ୍ତି ବୋଲି ସାକ୍ଷାତକାରରେ କହିଛନ୍ତି ଅପରାଜିତା ।

By

Published : Apr 24, 2019, 12:58 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଏପ୍ରିଲ 23 ତାରିଖ ମଙ୍ଗଳବାର, ରାଜ୍ୟର 6ଟି ଲୋକସଭା ଏବଂ ଏହା ଅଧିନସ୍ଥ 42 ବିଧାନସଭା ପାଇଁ ହୋଇଛି ଭୋଟଗ୍ରହଣ । ଯେଉଁଥିରେ ରାଜଧାନୀ ଭୁବନେଶ୍ବର ମଧ୍ୟ ସାମିଲ ହୋଇଛି । ମତଦାନକୁ ନେଇ ଭୋଟରଙ୍କ ମଧ୍ୟରେ ଦେଖା ଦେଇଥିଲା ପ୍ରବଳ ଉତ୍ସାହ। ଲୋକେ ଲମ୍ବା ଲାଇନରେ ଛିଡା ହୋଇ ନିଜର ମୂଲ୍ୟବାନ ଭୋଟ ଦେଉଥିବାର ଦେଖା ଯାଇଥିଲା । ତେବେ ଆଜି ଅନେକ ହେଭିୱେଟ ନେତା ମଧ୍ୟ ଦେଇଛନ୍ତି ନିଜ ମୁଲ୍ୟବାନ ଭୋଟ । ଭୁବନେଶ୍ବର ଲୋକସଭା ଆସନରୁ ବିଜେପି ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଆସିଥିଲେ ନିଜ ମତଦାନ ସାବ୍ୟସ୍ତ କରିବା ପାଇଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେବେ ଭୋଟ ଦେଇ ସାରିବା ପରେ ଇଟିଭି ଭାରତ ଟିମ୍‌ ସହ ସ୍ୱତନ୍ତ୍ର ସାକ୍ଷାତକାର କରିଥିଲେ ଅପରାଜିତା । ମଙ୍ଗଳବାର ସେ ନିଜର ମତଦାନ ପରେ ବୁଥରୁ ବୁଥ ବୁଲି ଲୋକଙ୍କ ସହ ମିଶିଥିଲେ । ଲୋକଙ୍କ ସହ ମିଶିବା ପରେ ଲୋକେ ପରିବର୍ତ୍ତନ ଚାହୁଛନ୍ତି ବୋଲି ସାକ୍ଷାତକାରରେ କହିଛନ୍ତି ଅପରାଜିତା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details