ଭୁବନେଶ୍ବର: ମୌସୁମୀ ଆସି ଚାଲିଗଲା ଭଳି ମନେ ହେଉଥିବା ବେଳେ ପୁଣି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି ।
24 ଘଣ୍ଟାରେ ଭିଜିବ ଉତ୍ତର-ଦକ୍ଷିଣ ଓଡ଼ିଶା
ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି । ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷାରେ ବର୍ଷା ବହେବାକୁ ଥିବା ବେଳେ ଅନ୍ୟ ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ନିର୍ଦ୍ଦେଶକ ହାବିବୁର ରେହେମାନ ବିଶ୍ୱାସ କହିଛନ୍ତି ।
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବ
ଦକ୍ଷିଣ ଓଡ଼ିଶାର କେରାପୁଟ, ରାୟଗଡା,ନବରଙ୍ଗପୁର, କନ୍ଧମାଳ ସହ ବଲାଙ୍ଗୀର,ନୂଆପଡା, ଆଦି ଅଞ୍ଚଳରେ ବର୍ଷା ହେବାର ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପଟେ ଉତ୍ତର ଓଡ଼ିଶାର ସୁନ୍ଦରଗଡ, ଝାରସୁଗୁଡା, ମୟୂରଭଞ୍ଜ, ଢେଙ୍କାନାଳ ଯାଜପୁର ଆଦି ଜିଲ୍ଲା ମାନଙ୍କରେ ମଧ୍ୟ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ହାବିବୁର ରେହେମାନ ବିଶ୍ୱାସ ସୂଚନା ଦେଇଛନ୍ତି । ଏହି ଜିଲ୍ଲା ମାନଙ୍କ ବ୍ୟତୀତ ଅନ୍ୟ ଜିଲ୍ଲାରେ ପାଗ ଶୁଖିଲା ରହିବ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ