ଓଡିଶା

odisha

ETV Bharat / state

କିନ୍ନର ମୁକ୍ତ ହେବ ଟ୍ରେନ, ପ୍ରୟାସ ଆରମ୍ଭ କଲା ରେଳବାଇ - review meeting

ପୋଲିସ ମହାନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି ରେଳବାଇର ପ୍ରଥମ ରାଜ୍ୟସ୍ତରୀୟ ବୈଠକ । ଯାତ୍ରୀଙ୍କ ସୁରକ୍ଷା ଓ କିନ୍ନର ମୁକ୍ତ ରେଳବାଇ ବିଷୟରେ ହୋଇଛି ଆଲୋଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 25, 2019, 9:38 PM IST

ଭୁବନେଶ୍ବର: ରେଳବାଇର ପ୍ରଥମ ରାଜ୍ୟସ୍ତରୀୟ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପୋଲିସ ମହାନିର୍ଦ୍ଦେଶକ ଆର୍ ପି ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜନ ହୋଇଯାଇଛି ଏହି ବୈଠକ । ରେଳଯାତ୍ରୀଙ୍କ ସୁରକ୍ଷା ଓ ରେଳ ଭିତର କିନ୍ନର ମୁକ୍ତ କରିବା ନେଇ ହୋଇଛି ଆଲୋଚନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆର.ପି.ଏଫ ଓ ଜିଆରପି ମଧ୍ୟରେ କିଭଳି ଭାବରେ ଭଲ ସମ୍ପର୍କ ଯୋଡାଯିବ ସେନେଇ ମଧ୍ୟ ଆଲୋଚନା କରାଯାଇଛି । ଟ୍ରେନରେ ଚୋରି କରୁଥିବା ଯୁବକ ଯୁବତୀଙ୍କ ଉପରେ କଡା ନଜର ରଖାଯିବା ସହ ଷ୍ଟେସନରେ ନିଶା ଦିଆ ଲୁଟେରାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହ କିନ୍ନରମାନେ ଷ୍ଟେସନକୁ ନ ଆସିବାକୁ ଅନୁରୋଧ କରିବ ରେଳବାଇ । ଏହା ଦ୍ବାରା ଷ୍ଟେସନର ମର୍ଯ୍ୟାଦା ବଜାୟ ରହିବ ବୋଲି ରେଳବାଇ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ କହିଛନ୍ତି ।

ଆରପିଏଫ୍ ଆଇଜି କହିଛନ୍ତି ଯେ ଆଗାମୀ ଦିନରେ ଓଡ଼ିଶାରେ ଥିବା ସମସ୍ତ ଷ୍ଟେସନ ତଥା ଯାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଛି । ରେଲୱେ ଅପରାଧ ମୁକ୍ତ କରିବା ଦିଗରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଭୁବନେଶ୍ବରରୁ ବିକାଶ ରଞ୍ଜନ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details