ଓଡିଶା

odisha

ETV Bharat / state

ସିବିଏସଇ କାର୍ଯ୍ୟାଳୟରେ ତାଲା ପକାଇଲେ ଅଭିଭାବକ ମହାସଂଘ - ଭୁବନେଶ୍ବର

ସିବିଏସଇ ବିଦ୍ୟାଳୟମାନଙ୍କରେ NCERT ପୁସ୍ତକ ପ୍ରଚଳନ ହେଉନଥିବା ଓ 10ମ ପରୀକ୍ଷାରେ ଗ୍ରେସ୍ ମାର୍କ ଦାବିକୁ ନେଇ ଓଡିଶା ଅଭିଭାବକ ମହାସଂଘ ଆଞ୍ଚଳିକ କାର୍ଯ୍ୟାଳୟରେ ତାଲା ପକାଇବା ସହ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଫଟୋ ସୌଜନ୍ଯ: ପ୍ରତିନିଧି, ଭୁବନେଶ୍ବର

By

Published : Apr 3, 2019, 12:03 AM IST

ଭୁବନେଶ୍ବର: ସିବିଏସଇ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ଓଡିଶା ଅଭିଭାବକ ମହାସଂଘର ବିକ୍ଷୋଭ । ଫଳରେ ସଂଘର ସଦସ୍ୟମାନେ ଆଞ୍ଚଳିକ କାର୍ଯ୍ୟାଳୟରେ ତାଲା ପକେଇବା ସହ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି । ଘରୋଇ ପ୍ରକାଶନ ପୁସ୍ତକ କିଣିବା ପାଇଁ ଅବିଭାଵକଙ୍କୁ ଵାଧ୍ୟ କରାଯାଉଥିବା ଅଭିଯୋଗ ଆଣିବା ସହ ଚଳିତ 10ମ ପରୀକ୍ଷାରେ ପାଠ୍ୟକ୍ରମ ବାହାରୁ ପ୍ରଶ୍ନ ଆସିଥିବାରୁ ଗ୍ରେସ୍‌ ମାର୍କ ପାଇଁ ଦାବି କରାଯାଇଛି ।

ଭିଡିଓ ସୌଜନ୍ଯ: ପ୍ରତିନିଧି, ଭୁବନେଶ୍ବର

ଏହିସବୁ ବିଷୟରେ ଅଧିକାରୀମାନେ ଅବଗତ ଥାଇ ମଧ୍ୟ କୌଣସି ପଦକ୍ଷେପ ନେଉ ନଥିବାରୁ ଅଫିସରେ ତାଲା ପକାଯାଇଥିବା ସଂଘର ସଦସ୍ୟ ବାସୁଦେବ ଭଟ୍ଟ କହିଛନ୍ତି । ଏଥିସହ କହିଛନ୍ତି ଯେ, ସମସ୍ୟାର ସମାଧାନ ଯେ ଯାଏଁ କରାଯାଇ ନାହିଁ ,ସେ ପର୍ଯ୍ୟନ୍ତ ଏହି ଧାରଣା ଜାରିରହିବ ।

ସୂଚନାଥାଉକି, ସମସ୍ତ ବେସରକାରୀ ଇଂରାଜୀ ମାଧ୍ୟମ ଵିଦ୍ୟାଳୟରେ 1ମ ଶ୍ରେଣୀ ଠାରୁ 8ମ ଶ୍ରେଣୀ ପର୍ଯ୍ୟନ୍ତ NCERT ପୁସ୍ତକ ପ୍ରଚଳନ ଏବଂ 1ମ ଓ 2ୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କୌଣସ ହୋମୱାର୍କ ନ ଦେବା ନେଇ 2018 ମସିହାରେ ମାନ୍ୟବର ମାଡ୍ରାସ ଉଚ୍ଚ ନ୍ୟାୟାଳୟ WP ନଂ 25680/2017 ଏବଂ WMP ନଂ 9267/2018 ପତ୍ର ମାଧ୍ୟମରେ ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ସିବିଏସଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିୟମର କାର୍ଯ୍ୟକାରୀ ନିମନ୍ତେ ଅଭିଭାବକ ମହାସଂଘ ତରଫରୁ ୨୦୧୮ ଡିସେମ୍ବର ମାସରେ ସିବିଏସଇ ଅଧିକାରୀଙ୍କୁଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

କିନ୍ତୁ ଚଳିତ ଶିକ୍ଷାବର୍ଷରେ ସମସ୍ତ ଵେସରକାରୀ ଵିଦ୍ୟାଳୟ ଏହି ନିର୍ଦ୍ଦେଶାବଳୀକୁ ଵେଖାତିର କରି ଘରୋଇ ପ୍ରକାଶନ ପୁସ୍ତକ କିଣିବା ପାଇଁ ଅବିଭାଵକଙ୍କୁ ଵାଧ୍ୟ କରୁଥିବା ଓ ପୁସ୍ତକ ନ କିଣିଲେ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରୋଶମୂଳକ ମନୋଭାବ ରଖୁଥିବା ଅଭିଭାବକ ମହାସଂଘପକ୍ଷରୁ ଅଭିଯୋଗ କରାଯାଇଛି । ଏଥିସହ ଚଳିତବର୍ଷ 10ମ ବୋର୍ଡ ପରୀକ୍ଷାରେ ପାଠ୍ୟକ୍ରମ ବାହାରୁ ପ୍ରଶ୍ନ ଆସିଥିଲା । ତେଣୁ ଗ୍ରେସ୍‌ ମାର୍କ ପ୍ରଦାନ ପାଇଁ ଦାବି କରାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details