ଭୁବନେଶ୍ବର: ଧିରେ ଧିରେ ଭୟଙ୍କର ରୂପ ନେବାରେ ଲାଗିଛି ବାତ୍ୟା ‘ଫନି’ । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଇଥିବା ବେଳେ ଏହା କିନ୍ତୁ ସକାଳେ ପୁରୀରେ ଲ୍ୟାଣ୍ଡଫଲ କରିବା ନେଇ ଜଣା ପଡିଛି । ଏନେଇ ଗୁରୁବାର ସନ୍ଧ୍ୟାରେ ରାଜ୍ୟର ସମସ୍ତ ବନ୍ଦରରେ ପୋର୍ଟ ୱାର୍ଣ୍ଣଂ ଜାରି କରାଯାଇଛି ।
ଏଥିସହ ବାତ୍ୟା ପ୍ରଭାବରେ ଗୁରୁବାର ସନ୍ଧ୍ୟାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ବର୍ତ୍ତମାନ ସୁଦ୍ଧା ଗୋପାଳପୁରରେ 3, ପୁରୀରେ 13 ଓ ଭୁବନେଶ୍ବରରେ 1 ମିଲିଲିଟର ବର୍ଷା ରେକର୍ଡ କରାଯାଇଛି । ଶେଷ ଖବର ସୁଦ୍ଧା ପୁରୀଠାରୁ 240 କିଲୋମିଟର ଦୂରରେ ‘ଫନି’ ରହିଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଅନ୍ୟପଟେ ବିଶାଖାପଟନମ୍ଠାରୁ ଏହା 165 କିଲୋମିଟର ଦୂରରେ ରହିଥିବା ଆକଳନ କରାଯାଇଛି ।