ଓଡିଶା

odisha

ETV Bharat / state

ନିର୍ବାଚନ ଫଳାଫଳ: ଫନି ବିପନ୍ନଙ୍କ ଭରସା 'ଇଟିଭି ଭାରତ ଆପ୍‌’

ଗୋଟିଏ ପଟେ ଦେଶର ଭାଗ୍ୟ ନିର୍ଦ୍ଧାରଣର ଭାନୁମତି ପେଡି ଗୁରୁବାର ଖୋଲୁଛି । ଦେଶକୁ କିଏ ସମ୍ଭାଳିବ ସେ ନେଇ ଚାଲିଛି ଭୋଟ ଗଣତି । ଏପରି ସ୍ଥଳେ ବିଦ୍ୟୁତ ଜନିତ ସମସ୍ୟାରୁ ଟେଲିଭିଜନ ଦେଖିବାରୁ ବଞ୍ଚିତ ଫନି ବିପନ୍ନମାନଙ୍କୁ ନିର୍ବାଚନ ଫଳାଫଳର ଟିକିନିକି ଖବର ଦେଉଛି ‘ଇଟିଭି ଭାରତ’ ମୋବାଇଲ ଆପ୍ ।

By

Published : May 23, 2019, 11:43 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: 'ଫନି' ବାତ୍ୟାକୁ ବିତିଗଲାଣି 19 ଦିନ । ମାତ୍ର ଏ ଯାଏଁ ବିଦ୍ୟୁତ ଯୋଗାଣ ସ୍ଥିତି ସୁଧୁରି ନାହିଁ । ଗୋଟିଏ ପଟେ ଦେଶର ଭାଗ୍ୟ ନିର୍ଦ୍ଧାରଣର ଭାନୁମତି ପେଡି ଗୁରୁବାର ଖୋଲୁଛି । ଦେଶକୁ କିଏ ସମ୍ଭାଳିବ ସେନେଇ ଚାଲିଛି ଭୋଟ ଗଣତି । ଏପରି ସ୍ଥଳେ ବିଦ୍ୟୁତ ଜନିତ ସମସ୍ୟାରୁ ଟେଲିଭିଜନର ସୁବିଧା ଉପଲବ୍ଧ ନାହିଁ । ସେପଟେ ଫନି ପ୍ରଭାବିତ ଇଲାକାରେ ‘ଇଟିଭି ଭାରତ’ ମୋବାଇଲ ଆପ୍ ନିର୍ବାଚନୀ ଖବର ଜାଣିବାର ପାଲଟିଛି ଏକମାତ୍ର ସହାରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ସବୁଠୁ ସଠିକ୍‌ ସବୁଠୁ ଶୀଘ୍ର ନିର୍ବାଚନ ଫଳାଫଳ ଦେବାକୁ ‘ଇଟିଭି ଭାରତ’ ମୋବାଇଲ ଆପ୍‌ ଜୋରଦାର ପ୍ରସ୍ତୁତି ଅନେକ ଦିନରୁ କରିଛି । ଆଉ ଏହାର ସାର୍ଥକତା ଦେଖିବାକୁ ମିଳିଛି 'ଫନି' ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାରେ । ବିଦ୍ୟୁତ ନଥିବାରୁ ଏହି ଜିଲ୍ଲା ଅନ୍ତର୍ଗତ କୋଣାର୍କ ଉପକଣ୍ଠ ମାଧିପୁର ଗ୍ରାମର ଲୋକେ ନିର୍ବାଚନ ଫଳାଫଳର ଟିକ୍‌ନିକ୍‌ ଅପଡେଟ୍‌ ପାଇଁ ‘ଇଟିଭି ଭାରତ’ ମୋବାଇଲ ଆପ୍‌କୁ ଓପନ କରି ଫଇସଲାର ଖବର ବୁଝି ନେଉଛନ୍ତି । ଏକ ପରିବାରର ଆଗ୍ରହୀ ଥିବା ଦମ୍ପତି ନିର୍ବାଚନ ଖବରର ବିବରଣୀ ଦେଖୁଛନ୍ତି ‘ଇଟିଭି ଭାରତ’ ମୋବାଇଲ ଆପ୍‌ରେ ।


ଏଠାରେ ସୂଚନା ଯୋଗ୍ୟ ଯେ ‘ଇଟିଭି ଭାରତ’ ମୋବାଇଲ ଆପ୍‌ରେ ଆପଣ 13ଟି ଭାଷାର ଖବର ପାଇପାରିବେ । ଏପରିକି ନିର୍ବାଚନ ଖବର ଗୋଟିଏ କ୍ଲିକରେ ଗୋଟିଏ ପେଜ୍‌ରେ ପାଇପାରିବେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details