ଓଡିଶା

odisha

ETV Bharat / state

ଫନି ପାଇଁ କଂଗ୍ରେସ ଖୋଲିଲା 24 ଘଣ୍ଟିଆ କଂଟ୍ରୋଲ ରୁମ

ସାମୁଦ୍ରିକ ଝଡ ଫନି ମୁକାବିଲା ପାଇଁ 24 ଘଣ୍ଟିଆ କଂଟ୍ରୋଲ ରୁମ ଖୋଲିଲା ଓଡିଶା ପ୍ରଦେଶ କଂଗ୍ରେସ କମିଟି । ଲୋକଙ୍କୁ ସଚେତନ କରାଇବା ସହ 24 ଘଣ୍ଟିଆ ସେବା ଯୋଗାଇବ ନିରଞ୍ଜନଙ୍କ ଏହି 3 ଜଣିଆ ସଦସ୍ୟ ବିଷିଷ୍ଟ କମିଟି ।

By

Published : May 1, 2019, 5:58 PM IST

Updated : May 1, 2019, 7:41 PM IST

ଫାଇଲ ଫଟୋ

ଭୁବନେଶ୍ବର: ସାମୁଦ୍ରିକ ଝଡ ଫନି ମୁକାବିକା ପାଇଁ ଅଣ୍ଟା ଭିଡିଛି ଓଡିଶା ପ୍ରଦେଶ କଂଗ୍ରେସ କମିଟି । ଏଥିଲାଗି କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ 3 ଜଣିଆ କମିଟି ଗଠନ କରିଛନ୍ତି । ଆସନ୍ତା 2 ତାରିଖ ପୂର୍ବାହ୍ନ 11ଟାରୁ 11 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ସ୍ଥିତ କଂଗ୍ରେସ ଭବନରେ 24 ଘଣ୍ଟିଆ କଂଣ୍ଟ୍ରୋଲ ରୁମ ଖୋଲାଯିବ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର


ଡରାଇ ରଖିଥିବା ଫୋନି ସ୍ଥଳଭାଗ ଛୁଇଁବା ପୂର୍ବରୁ ରାଜ୍ୟ ଓ ଏହା ବାହାରେ ଥିବା ଜନସାଧାରଣଙ୍କୁ ସଚେତନ କରିବ ଏହି କମିଟି । ଏଥିସହ ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି , ପୁନରୁଦ୍ଧାର, ଥଇଥାନ, ସହାୟତା ଆଦି ପାଇଁ ଦିନରାତି 24 ପ୍ରହର କମିଟି ସଦସ୍ୟ ତତ୍ପର ରହିବେ । ପିସିସି ସଭାପତି ସର୍ବଶ୍ରୀ ଆଇନଜିବୀ ଶିବାନନ୍ଦ ରାୟ, ଯଜ୍ଞେଶ୍ବର ବାବୁ ଓ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପ୍ରତ୍ୟକ୍ଷ ତତ୍ବବଧାନରେ 10 ଦିନ ଧରି ଏହାର ପରିଚାଳନା କରାଯିବ ।

ଏହି କଂଟ୍ରୋଲ ରୁମର ସହଯୋଗ ଓ ସଞ୍ଚାଳନ ଦାୟିତ୍ବରେ ସର୍ବଶ୍ରୀ ତରୁଣକାନ୍ତ ମିଶ୍ର, ରବିନ୍ଦର ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ମାନସ ଆଚାର୍ଯ୍ୟ, ଅଲେଖ ସାମଲ, କୈଳାସ ସାହୁ, ପୁଷ୍କର ନାୟକ, ପ୍ରଦୀପ ମହାପାତ୍ର, ନିହାର ବଳଙ୍କୁ ମନୋନିତ କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : May 1, 2019, 7:41 PM IST

For All Latest Updates

ABOUT THE AUTHOR

...view details