ଓଡିଶା

odisha

ETV Bharat / state

ବିଧାନସଭାରେ ପାଦ ଦେଲେ ଦବଙ୍ଗ ବିଧାୟକ

ବିଧାନସଭାରେ ପାଟଣାଗଡ଼ ବିଧାୟକ ସରୋଜ ମେହେର । ପ୍ରଥମ ଦିନରେ ଗଣତନ୍ତ୍ରର ମନ୍ଦିରରେ ପ୍ରବେଶ କରିବା ପରେ ନିଜକୁ ଧନ୍ୟ ମନେ କରିଛନ୍ତି ସରୋଜ ।

By

Published : Jul 15, 2019, 11:34 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବିଧାନସଭାରେ ପାଟଣାଗଡ଼ ବିଧାୟକ ସରୋଜ ମେହେର । ପ୍ରଥମ ଦିନରେ ଗଣତନ୍ତ୍ରର ମନ୍ଦିରରେ ପ୍ରବେଶ କରିବା ପରେ ନିଜକୁ ଧନ୍ୟ ମନେ କରିଛନ୍ତି ସରୋଜ । ତେବେ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ମାରିବା ଘଟଣାରେ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିବାକୁ ସାହସ ଜୁଟାଇ ପାରି ନାହାଁନ୍ତି ପାଟଣାଗଡ ବିଧାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏଥିସହ ଘଟଣା ପରେ ସାମାନ୍ୟ ନରମି ଯାଇଛନ୍ତି ବିଧାୟକ । ମାଡ଼ମରା ଘଟଣାକୁ ନେଇ ସବୁଆଡୁ ସମାଲୋଚନାର ଶିକାର ହେବା ପରେ ଏବେ ସେ କହିଛନ୍ତି କି କେବଳ ଲୋକଙ୍କ ସେବା କରିବି । ହେଲେ ଫୈସଲା ଅନ ଦି ସ୍ପଟ ଉଦ୍ୟମ ମଧ୍ୟ ଜାରି ରଖିବି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details