ଓଡିଶା

odisha

ETV Bharat / state

ଖୁବ୍‌ଶୀଘ୍ର ବାଜିବ ପାଟକୁରା ନିର୍ବାଚନ ବିଗୁଲ

ଯେ କୌଣସି ସମୟରେ ବାଜିପାରେ ପାଟକୁରା ବିଗୁଲ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏନେଇ ସବୁଜ ସଙ୍କେତ ଦେବା ପରେ ବିଜ୍ଞପ୍ତି ପ୍ରକାଶ କରିବେ ନିର୍ବାଚନ କମିଶନ ।

By

Published : Jun 16, 2019, 3:25 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଯେ କୌଣସି ସମୟରେ ବାଜିପାରେ ପାଟକୁରା ବିଗୁଲ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏନେଇ ସବୁଜ ସଙ୍କେତ ଦେବା ପରେ ବିଜ୍ଞପ୍ତି ପ୍ରକାଶ କରିବେ ନିର୍ବାଚନ କମିଶନ । ତେବେ ନିର୍ବାଚନକୁ ଆଖିରେ ରଖି ଏବେ ପ୍ରଚାର ମଇଦାନରେ ପଡିଲାଣି ପ୍ରମୁଖ ଦଳର ଡେରା । ଏଥିସହ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ହେଭିୱେଟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗ୍ରହଣୀୟତାକୁ ଆଧାର କରି ଦଳ ତାଙ୍କୁ ଆଗୁଆ ମଇଦାନକୁ ଛାଡିଛି । ଅନ୍ୟପକ୍ଷରେ ବିଜେଡି ତାର ଭିତିରି ରଣନୀତି ପ୍ରସ୍ତୁତ କରୁଛି । ଦଳର ତୁଙ୍ଗ ନେତା ଏବେ ପଞ୍ଚାୟତ ଓ ଗାଁ ଗାଁରେ କିଭଳି ଭୋଟ ହାତେଇବା ପାଇଁ ଖସଡ଼ା ପ୍ରସ୍ତୁତ କରୁଛନ୍ତି ।

ହେଲେ କଂଗ୍ରେସ କିନ୍ତୁ ପଛରେ ପଡିଯାଇଛି । ଦଳର ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇ ଘରେ ବସିଛନ୍ତି । ଅନେକ ନେତା ହାରିଥିବା ଯୋଗୁଁ ପଦାକୁ ବାହାରୁ ନାହାଁନ୍ତି । ଏହାରି ଭିତରେ ଦଳର ପ୍ରାର୍ଥୀ ଅଡୁଆରେ ପଡିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details