ଭୁବନେଶ୍ବର: ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ନିର୍ବାଚନ ସ୍ଥଗିତ ରହିଥିବା ପାଟକୁରାରେ ଆସନ୍ତା ମେ 19ରେ ମତଦାନ ହେବ । ଏଥିପାଇଁ ମେ 1ରେ ପ୍ରାର୍ଥୀପତ୍ର ଦାଖଲ କରାଯିବ । କେବଳ ବିଜେଡି ପ୍ରାର୍ଥୀ ହିଁ ନାମାଙ୍କନ ଭରିପାରିବେ । ସେହିପରି ମେ 2ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ମେ 4ରେ ନାମାଙ୍କନ ପ୍ରତ୍ୟାହର କରିପାରିବେ ପ୍ରାର୍ଥୀ । ପୂର୍ବରୁ ଦାଖଲ ହୋଇଥିବା ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିବ । ଏନେଇ ଜାତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଆସନ୍ତା ମେ 19ରେ ପାଟକୁରା ନିର୍ବାଚନ - ପାଟକୁରା ନିର୍ବାଚନ
ସପ୍ତମ ପର୍ଯ୍ୟାୟରେ ହେବ ପାଟକୁରା ନିର୍ବାଚନ । କେବଳ ବିଜେଡି ହିଁ ଦେଇପାରିବ ନୂଆ ପ୍ରାର୍ଥୀ । ପୂର୍ବରୁ ଦାଖଲ ହୋଇଥିବା ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିବ ।
ଫାଇଲ ଫଟୋ
ସପ୍ତମ ପର୍ଯ୍ୟାୟରେ ହେବ ପାଟକୁରାରେ ମତଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ମତଦାନ ହେବ । ତେବେ ଅନ୍ୟ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିପାରିବେ ନାହିଁ । ବିଜେଡି ହିଁ କେବଳ ନୂଆ ପ୍ରାର୍ଥୀ ଦେବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ
Last Updated : Apr 24, 2019, 1:43 PM IST