ଓଡିଶା

odisha

ETV Bharat / state

ଦୋଛକିରେ ପାଟକୁରା ଭୋଟର: ଅନୁକମ୍ପା ନା ଅନୁଭବୀ - sabitri

ବିଜେଡି ସୁପ୍ରିମୋଙ୍କ ସିମ୍ପାଥି କାର୍ଡ ଆଜିର ନୁହେଁ । ସ୍ବାମୀଙ୍କ ମୃତ୍ୟୁପରେ ସ୍ତ୍ରୀକୁ ଟିକେଟ ଦେଇ ଅନୁକମ୍ପା ଭୋଟ ହାତେଇବାରେ ବେଶ ସଫଳ ହୋଇଛି ବିଜେଡି । ଓଡିଆ କହିପାରୁନଥିବା ନେଇ ବାରମ୍ବାର ସମାଲୋଚନାର ଶୀକାର ହେଉଥିବା ନବୀନ କିନ୍ତୁ ଓଡିଆଙ୍କ ମାନସିକତାକୁ ଭଲ ଭାବରେ ପଢିନେଇଥିଲେ ।

ଡିଜାଇନ ଫଟୋ

By

Published : Apr 30, 2019, 2:07 PM IST

Updated : Apr 30, 2019, 2:45 PM IST

ଭୁବନେଶ୍ବର: ପାଟକୁରାରେ ସିମ୍ପାଥି ଭୋଟ ନାହିଁ । ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁପରେ ଏଭଳି ଏକ ବୟାନ ଦେଇଥିଲେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ଅର୍ଥାତ ବିଜୟ ଆରମ୍ଭରୁ ଭଲ ଭାବରେ ବୁଝିସାରିଥିଲେ ଯେ ପାଟକୁରାରେ ବି ନବୀନ ସିମ୍ପାଥି କାର୍ଡ ଖେଳିବେ । ବେଦପ୍ରକାଶଙ୍କ ପରିବାରର ଜଣେ ସଦସ୍ୟଙ୍କୁ ହିଁ ମିଳିବ ବିଜେଡି ଟିକେଟ !

2019 ନିର୍ବାଚନରେ ରାଜ୍ୟ ରାଜନୀତିରେ ସବୁଠାରୁ ବେଶି ଚର୍ଚ୍ଚାରେ ରହିଆସିଛି କେନ୍ଦ୍ରାପଡା । ବିଜେଡି ଏଠାରେ ବେଶି ଗୁରୁତ୍ବ ଦେଇଆସିଛି । ଏହାର କାରଣ ଉଭୟ ବୈଜୟନ୍ତ ଏବଂ ବିଜୟ ବୋଲି ଆଲୋଚନା ହେଉଛି । କୌଣସି ପରିସ୍ଥିତିରେ ମଧ୍ୟ ଉଭୟ ନେତାଙ୍କୁ ବାଜିମାତ କରିବାକୁ ସୁଯୋଗ ଦେବାକୁ ବିଜେଡି ଚାହିଁବନି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବିଜେଡି ଫକୋସରେ ଥିଲା କେନ୍ଦ୍ରାପଡା । ବୈଜୟନ୍ତଙ୍କୁ ହରାଇବା ପାଇଁ ଫୁଲ ଦମରେ ଲାଗିଥିଲା ବିଜେଡି ।

ଏବେ ବି ବିଜେଡି ନେତାଙ୍କ ପାଇଁ ଛୁଟି ବାତିଲ ବୋଲି ଚର୍ଚ୍ଚା ହେଉଛି । ଆଉ ଏହାର କାରଣ ହେଉଛି ପାଟକୁରା ନିର୍ବାଚନ, ଯାହା ଆସନ୍ତା 19 ତାରିଖରେ ହେବାର ଅଛି । ପୁରା କଳ, ବଳ, କୌଶଳ ପ୍ରୟୋଗ କରି ଏହି ଆସନକୁ ହାତେଇବା ପାଇଁ ଚେଷ୍ଟା କରିବ ବିଜେଡି । ଏହି ବିଧାନସଭା ଆସନରେ ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି । ଆଉ ତାଙ୍କୁ ମାତ ଦେବା ପାଇଁ ଦଳ ପୂର୍ବରୁ ଯୋଜନା ମୁତାବକ ମେଡିକାଲ ବେଡରେ ପଡିଥିବା ଭେଟରାନ ନେତା ବେଦପ୍ରକାଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା ବୋଲି ବିଜୟ ଅଭିଯୋଗ କରିଥିଲେ ।

ଆଉ ଏବେ ପୁଣି ବିଜେଡି ଖେଳିଛି ମାଷ୍ଟରଷ୍ଟ୍ରୋକ । ବେଦପ୍ରକାଶଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ନୁହେଁ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କୁ ମିଳିଛି ବିଜେଡି ଟିକେଟ । ଆଜି ସେ ନାମାଙ୍କନ ମଧ୍ୟ କରିଛନ୍ତି । ବିଜୟଙ୍କୁ ବିଜୟ ପଥରୁ ରୋକ ଦେବା ପାଇଁ ନବୀନ ନେଇଛନ୍ତି ଏପରି ନିଷ୍ପତ୍ତି ।

ତେବେ ବିଜେଡି ସୁପ୍ରିମୋଙ୍କ ଏ ମାଷ୍ଟରଷ୍ଟ୍ରୋକ ଆଜିର ନୁହେଁ । ସ୍ବାମୀଙ୍କ ମୃତ୍ୟୁପରେ ସ୍ତ୍ରୀକୁ ଟିକେଟ ଦେଇ ଅନୁକମ୍ପା ଭୋଟ ହାତେଇବାରେ ବେଶ ସଫଳ ହୋଇଛି ବିଜେଡି । ଓଡିଆ କହିପାରୁନଥିବା ନେଇ ବାରମ୍ବାର ସମାଲୋଚନାର ଶୀକାର ହେଉଥିବା ନବୀନ କିନ୍ତୁ ଓଡିଆଙ୍କ ମାନସିକତାକୁ ଭଲ ଭାବରେ ପଢିନେଇଥିଲେ । ଓଡିଆଙ୍କ ପାଇଁ ଯେ ଅନୁକମ୍ପା ବହୁ ଗୁରୁତ୍ବବହନ କରେ, ଏକଥା ବେଶ ଭଲଭାବରେ ବୁଝିଛନ୍ତି ନବୀନ ।

ଗତ 2014 ନିର୍ବାଚନ ପରେ ରାଜ୍ୟରେ ହୋଇଥିବା 2 ଉପ-ନିର୍ବାଚନରେ ନବୀନ ଖେଳିଥିଲେ ଏପରି ମାଷ୍ଟରଷ୍ଟ୍ରୋକ । ଗୋଟିଏ 2014 ନିର୍ବାଚନର ଠିକ ପରେପରେ । କନ୍ଧମାଳ ଲୋକସଭା ସାଂସଦ ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କ ମୃତ୍ୟପରେ ସ୍ତ୍ରୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କୁ ଟିକେଟ ଦେଇଥିଲେ ନବୀନ । ଅନ୍ୟଟି 2019 ସାଧାରଣ ନିର୍ବାଚନର ପୂର୍ବରୁ । ବିଜେପୁର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ସ୍ତ୍ରୀ ରୀତା ସାହୁଙ୍କୁ ଦଳକୁ ଆଣି ପ୍ରାର୍ଥୀ କରିଥିଲେ । ଉଭୟ ଉପ-ନିର୍ବାଚନରେ ବେଶ ସଫଳତା ହାସଲ କରିଥିଲା ବିଜେଡି ।

ଆଉ ଏବେ ଫକୋସରେ ପାଟକୁରା । ଟାର୍ଗେଟରେ ବିଜୟ । ଦିବଙ୍ଗତ ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀଙ୍କୁ ପ୍ରାର୍ଥୀ କରି ସମାନ ଗେମ ଖେଳିଛନ୍ତି ନବୀନ । ତଫାତ ଏତିକି ଯେ ପୂର୍ବ ଦୁଇ ଘଟଣା ଥିଲା ଉପ-ନିର୍ବାଚନର । ହେଲେ ଏହି ଘଟଣା ନିର୍ବାଚନ(ସ୍ଥଗିତ) । 2014 ନିର୍ବାଚନ ପରେ କନ୍ଧମାଳ, 2019 ନିର୍ବାଚନ ପୂର୍ବରୁ ବିଜେପୁର । ହେଲେ 2019 ନିର୍ବାଚନର ଫଳଫଳ ପୂର୍ବରୁ ପାଟକୁରା । ଦକ୍ଷିଣ ଓ ପଶ୍ଚିମ ଓଡିଶାର ଟ୍ରିକ ଉପକୂଳ ଓଡ଼ିଶାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 30, 2019, 2:45 PM IST

ABOUT THE AUTHOR

...view details