ଓଡିଶା

odisha

ETV Bharat / state

ଫନି ଉଡାଇ ନେଲା ‘ରାସ୍ତାକଡର’ ସଂଗ୍ରହାଳୟ

ଜଣେ ନିଆରା ମଣିଷ ଭୁବନେଶ୍ବରର ସିଆରପି ଛକ ନିକଟରେ ରହୁଥିବା ପନ୍ଦାରି ମୁଦୁଲି । ଅଦରକାରୀ ପଦାର୍ଥରେ ତିଆରି କରିଥିଲେ ଖୁବ ଆକର୍ଷଣୀୟ ବସ୍ତୁ । କିନ୍ତୁ କିଛି କ୍ଷଣ ମଧ୍ୟରେ ଏସବୁକୁ ଉଡେଇ ନେଲା ଫନି ।

By

Published : May 13, 2019, 11:41 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ପେଶାରେ ଜଣେ ଦିନ ମଜୁରିଆ । କିନ୍ତୁ ନିଶା କିଛି ଅଲଗା । ଦିନରାତି ଏକ କରି ନିଜ ଘରେ ତିଆରି କରିଛନ୍ତି କିଛି ଏଭଳି ଜିନିଷ, ଯାହାକୁ ଦେଖିବା ପାଇଁ ଘଡିଏ ଅଟକି ରହୁଛନ୍ତି ପଥଚାରୀ । ଯେତବେଳେ ଲୋକେ କିଛି ବସ୍ତୁକୁ ଅଦରକାରୀ ଭାବି ଡଷ୍ଟବିନରେ ଫୋପାଡି ଦେଇଥାନ୍ତି ସେତବେଳେ ସେ ତାକୁ ସବୁଠୁ ଦରକାରୀ ବୋଲି ଭାବି ଉଠାଇ ନେଇଥାନ୍ତି ନିଜ ଘରକୁ । ଆଉ ସେହି ବସ୍ତୁରୁ ତିଆରି କରନ୍ତି ବହୁ ଆକର୍ଷଣୀୟ ସାମଗ୍ରୀ । ଯାହା ଅତି ଆକର୍ଷଣୀୟ ଓ ମନୋଲୋଭା ହୋଇଥାଏ ।

ଇଟିଭି ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

କିନ୍ତୁ ସାମୂଦ୍ରିକ ଝଡ 'ଫନି' ତାଙ୍କର ସବୁ ଅକ୍ଲାନ୍ତ ପରିଶ୍ରମକୁ ଭାଙ୍ଗି ଛାରଖାର କରିଦେଇଛି । ତଥାପି ବି ପନ୍ଦାରି ଭାଙ୍ଗି ନପଡି ସେହି ଅସଜଡା ଘରକୁ ସଜାଡିବାରେ ଲାଗିଛନ୍ତି । ପୂର୍ବରୁ ସେହି ବାଟ ଦେଇ ଯାଉଥିବା ପଥଚାରୀ ପନ୍ଦାରି ମୁଦୁଲିଙ୍କ ଘର ସାମନାରେ ଘଡିଏ ଅଟକି ଯାଉଥିବା ବେଳେ ଏବେ କିନ୍ତୁ ଖାଁ ଖାଁ ହୋଇଯାଇଛି ସେହି ରାସ୍ତା ।

ତେବେ ଭୁବନେଶ୍ବରର ସିଆରପି ଛକ ନିକଟରେ ରହୁଛନ୍ତି ପନ୍ଦାରି ମୁଦୁଲି । ପନ୍ଦାରି ପେଶାରେ ଜଣେ ଦିନ ମଜୁରିଆ ହୋଇଥିବାବେଳେ ତାଙ୍କର ନିଶା କିନ୍ତୁ ଭିନ୍ନ । ଦିନରାତି ଅନିଦ୍ରା ହୋଇ ବିଭିନ୍ନ ଅଦରକାରୀ ପଦାର୍ଥ ସାଇକେଲ ଚକ, ଡବା ,ଟିଣ ଆଦିରୁ ସେ ଏକ ଘର ତିଆରି କରିଥିଲେ। ଏନେଇ ପୂର୍ବରୁ ତାଙ୍କୁ ଆମ ପ୍ରତିନିଧି ଭେଟି ପଚାରି ବୁଝିଥିଲେ ତାଙ୍କ ସଫଳତା ପଛର କାହାଣୀ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details