ଓଡିଶା

odisha

ETV Bharat / state

ପାଟଣାଗଡ ବିଧାୟକ ଗିରଫ ମାମଲା, ଶୀତଳ ପଡିଛି ବିରୋଧୀ ଶିବିର - Saroj Kumar Meher

ପାଟଣାଗଡ଼ ବିଧାୟକ ସରୋଜ ମେହେର ଜେଲ ଯିବା ପରେ ପ୍ରତିକ୍ରିୟା ରଖିଛନ୍ତି 3 ପ୍ରମୁଖ ଦଳର ନେତା । ତେବେ ବିରୋଧୀ ଶିବିର ଶାନ୍ତ ପଡିଥିବା ବେଳେ ଆଇନ ତା ବାଟରେ କାମ କରିଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Jun 24, 2019, 7:44 PM IST

ଭୁବନେଶ୍ବର: ପାଟଣାଗଡ଼ ବିଧାୟକ ସରୋଜ ମେହେର ଗିରଫ ପରେ ଶାନ୍ତ ପଡିଛି ବିରୋଧୀ ଶିବିର। ସ୍ଥିର ରହିଛି ରାଜନୈତକ ପାରଦ । ଏ ନେଇ ଏତେଟା ପ୍ରତିକ୍ରିୟା ଦେବାକୁ ଇଚ୍ଛୁକ ନୁହଁନ୍ତି ନେତା, ମନ୍ତ୍ରୀ । ଆଇନ ତା କାମ କରିଛି କହି ପ୍ରଶ୍ନ ଟାଳୁଛନ୍ତି ଆଗ ଧାଡିର ନେତା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର


ତେବେ ଆସନ୍ତାକାଲିରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଆଜି ବିଧାୟକ ଜେଲ ଯିବା ଶାସକ ଦଳକୁ ଶକ୍ତ ଧକ୍କା ଦେଇଛି । ଏ ନେଇ ବିଜେପି ବିଧାୟକ ମୁକେଶ ମହଲିଙ୍ଗ କହିଛନ୍ତି ଯେ, ଯାହା ହେଉ ବିଳମ୍ବ ହେଲେ ବି ଆଇନ ତା ବାଟରେ ଯାଇଛି। ଦୋଷୀଙ୍କୁ ଦଣ୍ଡ ମିଳିଲେ ହିଁ ଅନ୍ୟମାନେ ଏଭଳି କାର୍ଯ୍ୟ କରିବାକୁ ସାହସ କରିବେ ନାହିଁ। ତେବେ ବିଧାୟକଙ୍କ କାର୍ଯ୍ୟ ନିନ୍ଦନୀୟ ।


ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, , ବିଧାୟକ ଯେଉଁ ଭୁଲ କରିଛନ୍ତି ସେ ଦଣ୍ଡିତ ହେବା କଥା। ଆଇନର ଉର୍ଦ୍ଧ୍ବରେ କେହି ନୁହଁନ୍ତି। ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଆଇନ ତା ବାଟରେ ଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details