ଓଡିଶା

odisha

ETV Bharat / state

ରାଜ୍ୟରେ ସବୁଜ ଜ୍ଞାନ କୌଶଳରେ ହେବ ରାସ୍ତା ନିର୍ମାଣ

ଅଧପନ୍ତରିଆ ରାସ୍ତାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ କଲେ ବିଧାୟକ । ରାସ୍ତା ନିର୍ମାଣ ନିମ୍ନମାନର ହେଉଥିବା ଅଭିଯୋଗ ।

By

Published : Jul 2, 2019, 2:47 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆସନ୍ତା 5 ବର୍ଷ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ କୌଣସି ରାସ୍ତା ନିର୍ମାଣର ମଞ୍ଜୁର ଦେଇନାହାଁନ୍ତି । କିନ୍ତୁ 7 ହଜାର କିମି ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ 954 କିମି ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ନୂଆକାମ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି । ଖୁବଶୀଘ୍ର କାମ ଆରମ୍ଭ ହେବ । ଆଜି ଗୃହରେ ଏହି ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂହ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

2017 -18ରେ କେନ୍ଦ୍ର ଓଡିଶାକୁ ପୁରସ୍କୃତ କରିଛି । 26 ହଜାର 9ଶହ କୋଟି ଟଙ୍କା ଆବଣ୍ଟନ ହୋଇଥିଲା । ଏଥିରୁ 22 ହାଜର 833 କୋଟି ଅର୍ଥାତ 88 ପ୍ରତିଶତ ଅର୍ଥ ବ୍ୟୟ ହୋଇଛି । 61 ହଜାର 582 କିମି ଟାର୍ଗେଟ ଦିଆଯାଇଥିଲା । ସେଥିରୁ 55 ହଜାର 136 କିମି ରାସ୍ତା, 543ରୁ 286 ସେତୁ ନିର୍ମାଣ କରାଯାଇଛି । ଆଗରୁ କେନ୍ଦ୍ର ସମ୍ପୂର୍ଣ୍ଣ ଅର୍ଥ ଦେଉଥିଲା । ହେଲେ ଏବେ 60 ପ୍ରତିଶତକୁ କମାଇ ଦେଇଛି । 5 ବର୍ଷିଆ ମରାମତି କାମ ବି ରାଜ୍ୟ କରୁଛି ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ସବୁଜ ଜ୍ଞାନ କୌଶଳ ଜରିଆରେ ରାସ୍ତା ନିର୍ମାଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରାୟ 3 ହଜାର କିମି ରାସ୍ତା ଚଳିତ ବର୍ଷ ଏହି ନୂଆ ଜ୍ଞାନକୌଶଳ ଜରିଆରେ କରାଯିବ । ପ୍ରଥମେ 1 ହଜାର ଓ ପରେ 5ଶହ ଆଉ ଏବେ ଆଇଏପି ଓ ନକ୍ସଲ ପ୍ରବଣ ଜିଲାରେ 250 ଜନସଂଖ୍ୟା ବିଶିଷ୍ଟ ପଡ଼ାକୁ ରାସ୍ତା ତିଆରି ହେଉଛି । 100 ଜନସଂଖ୍ୟା ବିଶିଷ୍ଟ ପଡାକୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଛି ବୋଲି କହିଛନ୍ତି ସୁଶାନ୍ତ ସିଂହ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details