ଓଡିଶା

odisha

By

Published : May 22, 2019, 7:54 PM IST

ETV Bharat / state

ଭୋଟଗଣତି ପାଇଁ ସଜାଗ ରାଜ୍ୟ ପୋଲିସ: ଡିଜି

ଆସନ୍ତାକାଲି 2019 ନିର୍ବାଚନ ଫଳାଫଳ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ରାଜ୍ୟ ପୋଲିସ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ୱର: ଆସନ୍ତାକାଲି ବାହାରିବ 2019 ନିର୍ବାଚନର ଫଳାଫଳ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଞ୍ଚିଛି। ଭୋଟ ଗଣତି କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ ସଜାଗ ରହିଛି ରାଜ୍ୟ ପୋଲିସ। ଏନେଇ ପ୍ରତିକ୍ରିୟା ରଖି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ଯେ, ରାଜ୍ୟର ସମସ୍ତ ଭୋଟ ଗଣତି କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ପୋଲିସ ଫୋର୍ସ ନିୟୋଜିତ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଇଭିଏମକୁ ମଧ୍ୟ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଏଥିପାଇଁ ଅତିରିକ୍ତ ଫୋର୍ସ ମୃତୟନ କରାଯାଇଛି। ଗଣତି ସରିବା ପରେ ମଧ୍ୟ ବିଭିନ୍ନ ଦଳର ବିଜୟୀ ପ୍ରାର୍ଥୀ ଶୋଭାଯାତ୍ରାରେ ବାହାରିବେ। ଏହା ଉପରେ କଡା ନଜର ରଖିଛି ପୋଲିସ। କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଯେ ପରି ନହେବ ସେନେଇ ଦୃଷ୍ଟି ଦିଆଯାଉଛି। ଏଥିପାଇଁ ପୋଲିସ ପାଟ୍ରୋଲିଂ କରାଯିବ। ବିଜୟୀ ଶୋଭଯାତ୍ରା ଶାନ୍ତିପୂର୍ଣ୍ଣ କରିବା ପାଇଁ ସମସ୍ତ ଦଳକ ଅନୁରୋଧ କରାଯାଇଛି। ସୁରକ୍ଷା ପାଇଁ ଏସଓଜି ଓ ଡିଭିଏଫ ଟିମକୁ ମଧ୍ୟ ନିୟୋଜିତ କରାଯାଇଛି। ମାଓ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବିଶେଷ ଧ୍ୟାନ ଦିଆଯାଇଛି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details