ଭୁବନେଶ୍ବର: ଚାଲିଛି ଭୋଟ ଗଣତି । ରାଜ୍ୟର ୧୪୬ଟି ବିଧାନସଭା ଆସନ ଓ ୨୧ଟି ଲୋକସଭା ଆସନରେ ଏକାଧିକ ରାଉଣ୍ଡ୍ରେ ଗଣତି ଶେଷ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର । ଭୋଟ ଗଣତି ଆରମ୍ଭ ସମୟ, କିଏ ଆଗରେ କିଏ ପଛରେ ସେ ସମସ୍ତ ତଥ୍ୟକୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁରେନ୍ଦ୍ର କୁମାର ।
ସିଇଓଙ୍କ ସୂଚନା ଅନୁଯାୟୀ ଆଜି ସକାଳ ୮ ଟାରେ ପୋଷ୍ଟାଲ ବାଲଟ୍ ଓ ୮.୩୦ରେ ଭିଭିପାଟ୍ ଗଣତି ଆରମ୍ଭ ହୋଇଥିଲା । କେନ୍ଦ୍ରାପଡା ଓ କଟକ ଲୋକସଭା ଆସନରେ କିଏ ଟ୍ରେଣ୍ଡରେ ଅଛି ସେ ସୂଚନାକୁ ବାଦ ଦେଇ ଅନ୍ୟ ସମସ୍ତ 19ଟି ଲୋକସଭାରେ କିଏ ଟ୍ରେଣ୍ଡରେ ରହିଛି ସେ ନେଇ ସୂଚନା ଦେଇଛନ୍ତି ଇସିଓ । ରାଜ୍ୟରେ 19ଟି ଲୋକସଭା ଆସନରୁ ୧୨ଟି ଲୋକସଭା ଆସନରେ ବିଜେଡି ଲିଡ୍ ଓ ୭ଟି ଆସନରେ ବିଜେପି ଆଗୁଆ ରହିଥିବା ସୂଚନା ଦେଇଛନ୍ତି ସିଇଓ ।
ସିଇଓ ସୁରେନ୍ଦ୍ର କୁମାରଙ୍କ ସୂଚନାରୁ ପ୍ରାଥମିକ ଟ୍ରେଣ୍ଡ୍ ଅନୁସାରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଅଧିକାଂଶ ସ୍ଥାନରେ ପ୍ରତିଦ୍ବନ୍ଦ୍ବିତା ଜାରି ରହିଥିବା ଦେଖିବାକୁ ମିଳିଛି । ବିଧାନସଭା କ୍ଷେତ୍ରରେ ୬୧ ଆସନ ମଧ୍ୟରୁ ବିଜେପି ୧୩ଟିରେ ଟ୍ରେଣ୍ଡ କରୁଛି । ସେହିଭଳି ବିଜେଡି ୪୬ଟି ଓ କଂଗ୍ରେସ ୨ଟି ଆସନରେ ଆଗୁଆ ରହିଥିବା ସୂଚନା ଦେଇଛନ୍ତି ଇସିଓ ।
ଆସିକାରେ ଲୋକସଭା ଆସନରେ ବିଜେଡି ଆଗୁଆ । ବାଲେଶ୍ବରରେ ବିଜେଡି ୨୭୬ ଖଣ୍ଡ ଭୋଟରେ, ବରଗଡରେ ସୁରେଶ ପୁଜାରେ ୧୯୨୧ ଖଣ୍ଡ ଭୋଟ, ବ୍ରହ୍ମପୁରରେ ବିଜେଡି ୩୦୦୯ ଭୋଟ, ଭଦ୍ରକରେ ବିଜେପି ୧୦୫ ଖଣ୍ଡ ଭୋଟରେ ଆଗୁଆ ରହିଥିବା ସୂଚନା ଦେଇଛନ୍ତି ଇସିଓ ।