ଭୁବନେଶ୍ୱର: କଂଗ୍ରେସ ପାଇଁ ଓଡିଶାରେ ପ୍ରଚାର କରିବେ ୪୦ ଜଣ ଷ୍ଟାର ପ୍ରଚାରକ । ମଙ୍ଗ ଧରିବେ ରାହୁଲ ଗାନ୍ଧୀ । ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଓ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡିଶାକୁ ପ୍ରଚାର ପାଇଁ ଆସିବେ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ଓଡିଶାରେ କଂଗ୍ରେସର ପ୍ରଚାର ପାଇଁ 40 ଜଣଙ୍କ ନାଁ ପ୍ରକାଶ କରିଛି ଦଳ । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲ ନାଥ, ବରିଷ୍ଠ ନେତା ଗୁଲାମନବି ଆଜାଦଙ୍କ ସହ ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ, ଏଆଇସିସି ମହିଳା କଂଗ୍ରେସ ଅଧ୍ୟକ୍ଷ ସୁସ୍ମିତା ଦେବ, ଶର୍ମିଷ୍ଠା ମୁଖାର୍ଜି ଓ ରାଗିନୀ ନାୟକ 40 ଜଣିଆ ଲିଷ୍ଟରେ ସ୍ଥାନ ପାଇଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ସେହିପରି କିକ୍ରେଟର ତଥା ରାଜନେତା ନବଜ୍ୟୋତ ସିଂ ସିଦ୍ଦୁ, ମହମ୍ମଦ ଆଝାରୁଦ୍ଦିନ, ସିନେ ତାରକା ରାଜ୍ ବବର, ଅଭିନେତ୍ରୀ ବିଜୟାଶାନ୍ତି, ଖୁସବୁ ଓ ନଗମା ମଧ୍ୟ ଓହ୍ଲାଇବେ ଓଡିଶା ପ୍ରଚାର ମଇଦାନରେ । ଷ୍ଟାର କ୍ୟାମ୍ପେନର ଭାବେ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଭାରୀ ଜିତେନ୍ଦ୍ର ସିଂ, ଟି.ଏସ୍.ସିଂହଦେଓ, ବିରୋଧୀ ଦଳ ନେତା ନରସିଂହ ମିଶ୍ର , ପ୍ରଦୀପ ମାଝୀ, ଭକ୍ତଚରଣ ଦାସ, ଚିରଞ୍ଜୀବ ବିଶ୍ୱାଳ, ରାମଚନ୍ଦ୍ର ଖୁଣ୍ଟିଆ, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ରଞ୍ଜୀବ ବିଶ୍ୱାଳ, ଶରତ ପଟ୍ଟନାୟକ, ଗଣେଶ୍ୱର ବେହେରା, ପଞ୍ଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ବିଶ୍ୱରଞ୍ଜନ ମହାନ୍ତି, ଶରତ ରାଉତ, ଶିବାନନ୍ଦ ରାୟ, ପଦ୍ମାକର ଗୁରୁ ପ୍ରମୁଖ ମଧ୍ୟ ପ୍ରଚାର କରିବେ । ଷ୍ଟାର କ୍ୟାମ୍ପେନର ତାଲିକାରେ ମୋଟ ୪୦ ଜଣ ନେତାଙ୍କ ନାମ ଥିବାବେଳେ ଓଡିଶାର ୧୭ ଜଣ ନେତାଙ୍କ ନାମ ରହିଛି ।
ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ନ୍ୟୁଜ