ଭୁବନେଶ୍ବର: ରାଜ୍ୟରେ ଦେଖାଦେଇଛି ବେରୋଜଗାରୀ । ଶିକ୍ଷା କ୍ଷେତ୍ରରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଓଡିଶାର ଯୁବପିଢିଙ୍କ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି ଓଡିଶା ସରକାର । ଏଥିପାଇଁ ସରକାରଙ୍କୁ ଜବାବ ମାଗିବ ବିଜେପି ଯୁବ ମୋର୍ଚ୍ଚା ।
ଆସନ୍ତା 7 ତାରିଖରେ ବିଜେଡି ସରକାର ଠାରୁ ଜବାବ ମାଗିବା ପାଇଁ ବିଧାନସଭା ସମ୍ମୁଖରେ ବିଶାଳ ଯୁବ ଓ ଛାତ୍ର ସମାବେଶ ଆୟୋଜନ ହେବ । ଏଥିରେ ଯୋଗ ଦେବେ ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ ପୁନମ ମହାଜନ । ଦୀର୍ଘ 19 ବର୍ଷ ଶାସନ ମଧ୍ୟରେ ଓଡିଶାର ଯୁବକ ଓ ଛାତ୍ରଛାତ୍ରୀଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିଥିବା ନେଇ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏହି ସମାବେଶ ଆୟୋଜନ କରାଯାଉଛି ।