ଓଡିଶା

odisha

ETV Bharat / state

ସୋମବାର ଶପଥ, ମନ୍ତ୍ରୀ ପଦ ପାଇଁ ବିଧାୟକଙ୍କ ମଧ୍ୟରେ ଛକାପଞ୍ଜା

ସୋମବାର 5 ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନବୀନ ପଟନାୟକ। ମନ୍ତ୍ରୀପଦ ହାତେଇବା ପାଇଁ ବିଜେଡି ବିଧାୟକଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି ଛକାପଞ୍ଜା।

By

Published : May 25, 2019, 3:59 PM IST

ଫାଇଲ ଫଟୋ

ସୋମବାର ଶପଥ, ମନ୍ତ୍ରୀ ପଦ ପାଇଁ ବିଧାୟକଙ୍କ ମଧ୍ୟରେ ଛକାପଞ୍ଜା

ଭୁବନେଶ୍ବର: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆସିଯାଇଛି 2019 ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ । ଏକକ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି ରାଜ୍ୟରେ ପଞ୍ଚମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବିଜୁ ଜନତା ଦଳ (ବିଜେଡି) । ଚଳିତ ମାସ 27 ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ନବୀନଙ୍କ ପଞ୍ଚମ ପାଳି ସରକାରରେ ମନ୍ତ୍ରୀପଦ ହାତେଇବା ପାଇଁ ବିଜେଡିର ବହୁ ବରିଷ୍ଠଙ୍କ ମଧ୍ୟରେ ଲାଗି ରହିଛି ଛକାପଞ୍ଝା । 2019 ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏବେ ଆରମ୍ଭ ହୋଇଛି ହିସାବ କିତାବ । କେଉଁ ଦଳର ଭୋଟ ହାର କେତେ ବଢିଲା ବା କମିଲା ଏବଂ ଏଥିପାଇଁ କେଉଁ ରାଜନୈତିକ କାରଣ ଦାୟୀ ତାକୁ ନେଇ ଚାଲିଛି ସମୀକ୍ଷା ।

2014 ଓ 2019 ଭୋଟର ଫଳାଫଳକୁ ଦେଖିଲେ ବିଜେଡିର ଭୋଟ ହାରରେ ବିଶେଷ ପରିବର୍ତ୍ତନ ହୋଇନି । 2014ର ବିଜେଡି ପ୍ରାୟ 44 ପ୍ରତିଶତ ଭୋଟ ପାଇଥିଲା ବେଳେ ଏଥର ମଧ୍ୟ ଭୋଟ ହାର ପ୍ରାୟ ସମାନ ରହିଛି । ଗତଥର ଅପେକ୍ଷା 5ଟି ଓ ଲୋକସଭାରେ 8ଟି ଆସନ ହରାଇଛି । ଦଳର ବହୁ ହେଭିୱେଟ ନେତା ଚିତପଟାଙ୍ଗ ମାରିଛନ୍ତି।

ତଥାପି ପ୍ରଚଣ୍ଡ ମୋଦି ହାୱା ସତ୍ତ୍ବେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ଆସନ୍ତା 27 ତାରିଖରେ ନୂଆ ମନ୍ତ୍ରୀମଣ୍ଡଳର ଶପଥ ପାଠ ଉତ୍ସବ ଆୟୋଜିତ ହେବ ବୋଲି ଜଣାପଡିଛି । ନୂତନ ମନ୍ତ୍ରୀମଣ୍ଡଳରେ ସାମିଲ ହେବ ପାଇଁ ଲବିକୁ ଦୋରଦାର ଆଶାୟୀ । ଏହି ତାଲିକାରେ ଭୂପିନ୍ଦର ସିଂହ, ପ୍ରଦୀପ ପାଣିଗ୍ରାହୀ, ସୂର୍ଯ୍ୟନାରାୟଣ ପାତ୍ର, ବିକ୍ରମ ଆରୁଖ, ଉଷା ଦେବୀ, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂହ, କିଶୋର ମହାନ୍ତି, ନବ ଦାସ, ସାରଦା ନାୟକ, ପ୍ରଦୀପ ଅମାତ, ରୋହିତ ପୂଜାରୀ, ବଦ୍ରିନାରାୟଣ ପାତ୍ର, ପ୍ରଫୁଲ୍ଲ ମଲ୍ଲିକ, ରଜନୀକାନ୍ତ ସିଂହ, ଦେବୀ ମଶ୍ର, ପ୍ରତାପ ଜେନା, ଅରୁଣ ସାହୁ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅଶୋକ ପଣ୍ଡା, ସୁଦାମ ମାରାଣ୍ଡି, ଅନନ୍ତ ଦାସ, ପ୍ରଫୁଲ୍ଲ ସାମଲ, ପ୍ରଣବ ପ୍ରକାଶ ଦାସ, ସମୀର ଦାସ ଓ ଉମାକାନ୍ତ ସାମନ୍ତରାୟ ପ୍ରମୁଖ ।

ଭିଡିଓ ସୌଜନ୍ୟ: ବ୍ୟୁରୋଚିଫ, ଭୁବନେଶ୍ବର

ଗତ ନିର୍ବାଚନ ସମୟରେ ଯେଉଁ 5ଜଣ ମନ୍ତ୍ରୀପଦ ଛାଡି ସାଙ୍ଗଠନିକ ଦାୟିତ୍ବ ନେଲେ ସେମାନଙ୍କୁ ଏବେ ଆଉଥର ମନ୍ତ୍ରୀ ହେବାର ସୁଯୋଗ ରହିଛି । କୌଣସି ନେତା ନିଜ ଆଶା ଓ ସମ୍ଭାବନା ଉପରେ ନିୟନ୍ତ୍ରଣ ରଖି କହିଛନ୍ତି ଯେ, ମନ୍ତ୍ରୀ କାହାକୁ କରିବେ ତାହା ଦଳୀୟ ସୁପ୍ରିମୋଙ୍କ ନିଜସ୍ବ ନିଷ୍ପତ୍ତି। ସେ ଯାହା ଦାୟିତ୍ବ ଦେବେ ତାକୁ ନିର୍ବାହ କରିବ ବୋଲି କହିଛନ୍ତି ଆଶାୟୀ ।

ଭୁବନେଶ୍ବରୁ ଅଜିତ ଦାସ, ଇଟିଭି ଭାରତ

ABOUT THE AUTHOR

...view details