ଓଡିଶା

odisha

ETV Bharat / state

ବାହାରିଲା ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି - Bbsr

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଓଡିଶାର ମୋଟ 5ଟି ଲୋକସଭା ଓ 35ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ପର୍ଯ୍ୟାୟରେ ନିର୍ବାଚନ ହେବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Mar 19, 2019, 3:17 PM IST

ଭୁବନେଶ୍ବର: ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ମୋଟ 5ଟି ଲୋକସଭା ଓ 35ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। 26 ମାର୍ଚ୍ଚ ନାମାଙ୍କନର ଶେଷ ତାରିଖ ରହିଛି। 27ରେ ଯାଞ୍ଚ, 29ରେ ନାମାଙ୍କନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ।

ତେବେ ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ କିଛି ନିର୍ବାଚନ ମଣ୍ଡଳୀରେ ମାଓ ଭୟ ରହିଛି। ଯେଉଁଥି ପାଇଁ କିଛିଟା ପରିବର୍ତ୍ତନ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ମତଦାନ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବରଗଡ଼ ସଂସଦୀୟ କ୍ଷେତ୍ରର ପଦ୍ମପୁର, ଭଟଲି, ସୁନ୍ଦରଗଡ଼ର ରଘୁନାଥପଲ୍ଲୀ, ବଣାଇ, ବଲାଙ୍ଗୀରର ସଂସଦୀୟ କ୍ଷେତ୍ର ପାଟଣାଗଡ଼, କଣ୍ଟାବାଞ୍ଜି, କନ୍ଧମାଳର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶୀଘ୍ର ନିର୍ବାଚନ ସାରିବାକୁ ନିଷ୍ପତ୍ତି ହୋଇଛି । ଏହି ସ୍ଥାନଗୁଡିକରେ ଅପରାହ୍ଣ 4ଟା ସୁଦ୍ଧା ମତଦାନ ପ୍ରକ୍ରିୟା ଶେଷ ହେବା। ଅନ୍ୟତ୍ର ସନ୍ଧ୍ୟା 6ଟା ଯାଏ ମତଦାନ କରିପାରିବେ ଭୋଟର।

ଭୁବନେଶ୍ବର ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details