ଭୁବନେଶ୍ବର: ସାମୁଦ୍ରିକ ଝଡ 'ଫନି' ର ତାଣ୍ଡବରେ ଛାରଖାର ହୋଇଯାଇଛି ଉପକୂଳ ଓଡିଶା । ଏହାଯୋଗୁଁ ପ୍ରଭାବିତ ହୋଇଛି ରାସ୍ତାଘାଟ, ପରିବହନ ଏବଂ ବିଜୁଳି ଭଳି ଅତ୍ୟାବଶ୍ୟକ ସେବା। ଅନ୍ୟପଟେ ଏହାର ପ୍ରଭାବରେ ବ୍ୟାହତ ହୋଇଛି ସାଧାରଣ ଜୀବଯାତ୍ରା। ଝଡ ପରେ ଦେଖାଦେଇଥିବା ସ୍ଥିତିକୁ ସୁଧାରିବା ପାଇଁ ଜୋରଦାର ପ୍ରୟାସ ଚାଲିଛି ବୋଲି କହିଛନ୍ତି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର (ଏନଡିଆରଏଫ) ଡିଜି ଏସଏନ ପ୍ରଧାନ ।
ପୁନରୁଦ୍ଧାର ନ ସରିବା ପର୍ଯ୍ୟନ୍ତ ଓଡିଶାରେ ରହିବ ଏନଡିଆରଏଫ: ଡିଜି - funy cyclone
ପୁନରୁଦ୍ଧାର କାର୍ଯ୍ୟ ନସରିବା ଯାଏଁ ଏନଡିଆରଏଫ ଟିମ ଓଡିଶାରେ ରହିବ ବୋଲି ଜଣାଇଛନ୍ତି ଡିଜି ଏସଏନ ପ୍ରଧାନ ।
ଫଟୋ ସୌଜନ୍ୟ: ଟ୍ୱିଟର@NDRFHQ
ଏନଡିଆରଏଫ ପକ୍ଷରୁ ଚାଲିଥିବା ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ମତ ରଖି ଡିଜି କହିଛନ୍ତି, "ପ୍ରାୟ 50ଟି ଟିମ ବର୍ତ୍ତମାନ ଏଥିରେ ନିୟୋଜିତ ଅଛନ୍ତି । ପୂର୍ବରୁ 44ଟି ୟୁନିଟ ମାଧ୍ୟମରେ ପୁନରୁଦ୍ଧାର କାର୍ଯ୍ୟ କରାଯାଉଥିଲା । ପରେ କୋଲକାତାରୁ ଆହୁରି 6ଟି ଟିମ ଆସି ଆସିଛନ୍ତି । ସେମାନେ ଗ୍ୟାସ ଏବଂ ପ୍ଲାଜମା କଟର ସହ ଓଡିଶାରେ ଆସି ପହଞ୍ଚିଛନ୍ତି । ଯଦି ଆବଶ୍ୟକ ପଡେ ଆହୁରି ଅଧିକ ଟିମ ଓଡିଶା ଆସିବେ। ପୁନରୁଦ୍ଧାର କାର୍ଯ୍ୟ ନସରିବା ଯାଏଁ ଏନଡିଆରଏଫରେ ଓଡିଶାରେ ରହିବ । "