ଓଡିଶା

odisha

ETV Bharat / state

ପ୍ରଧାନମନ୍ତ୍ରୀ ଦୌଡରେ ନବୀନ!

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ପ୍ରଧାମନ୍ତ୍ରୀ ହେଲେ ଭଲ ହୁଅନ୍ତା ବୋଲି ବିଜେଡି ଉପ ସଭାପତି ତଥା ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର ସମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ଦେଇଛନ୍ତି ।

By

Published : May 17, 2019, 10:12 PM IST

ଫଟୋ ସୌଜନ୍ୟ: ଏଏନଆଇ

ଭୁବନେଶ୍ବର: ନିର୍ବାଚନ ଫଳାଫଳ ଘୋଷଣା ପରେ କେନ୍ଦ୍ରରେ କେଉଁ ଦଳ ସରକାର ଗଢିବ ଓ କିଏ ପ୍ରଧାନମନ୍ତ୍ରୀ ହେବ ସେନେଇ ଅଙ୍କ କଷା ଚାଲିଥିବା ବେଳେ ବିଜେଡି ସୁପ୍ରିମୋ ପ୍ରଧାନମନ୍ତ୍ରୀ ହେବା କଥା ରାଜନୈତିକ ଉଷ୍ମତାକୁ ବଢାଇଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ପ୍ରଧାନମନ୍ତ୍ରୀ ହେଲେ ଭଲ ହୁଅନ୍ତା ବୋଲି ବିଜେଡି ଉପ ସଭାପତି ତଥା ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର ସମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ଦେଇଛନ୍ତି ।

ନବୀନ ଯେବେଠୁ ରାଜନିତୀରେ ପାଦ ଦେଇଛନ୍ତି ସେବେଠୁ ମୁଖ୍ୟମନ୍ତ୍ରୀ ହୋଇ ଆସୁଥିବା ବେଳେ ରାଜ୍ୟ ତଥା ଦେଶର ସବୁ ପ୍ରଦେଶର ଜନତା ତାଙ୍କୁ ପସନ୍ଦ କରୁଥିବା ସେ କହିଛନ୍ତି। ଏଥିସହିତ ସୂର୍ଯ୍ୟ କହିଛନ୍ତି ଯେ ନବୀନ ଭାରତର ଜଣେ ଭଲ ନେତା ହେବା ସହ ତାଙ୍କୁ ସବୁଠୁ ଉତ୍ତମ ମୁଖ୍ୟମନ୍ତ୍ରୀ ଭାବେ କେନ୍ଦ୍ରସରକାର ଚୟନ କରିଥିବା ବେଳେ ସେ ଭାରତର ପ୍ରଧାନମନ୍ତ୍ରୀ ହେଲେ ଓଡିଶାର ଜନତା ଖୁସି ହେବେ ।

ଭିଡିଓ ସୌଜନ୍ୟ: ଏଏନଆଇ

ଅନ୍ୟପକ୍ଷରେ ଭାରତର ପ୍ରଧାନମନ୍ତ୍ରୀ ହେବା ପାଇଁ 21 ସାଂସଦ ଯଥେଷ୍ଟ ନଥିବା ବେଳେ ଭାରତର ଯେତେ ସାଂସଦ ଅଛନ୍ତି ସେମାନଙ୍କ ମଧ୍ୟରୁ 50 ପ୍ରତିଶତ ସାଂସଦ ସମର୍ଥନ ଜଣାଇଲେ ନବୀନ ନିଶ୍ଚିତ ପ୍ରଧାନମନ୍ତ୍ରୀ ହୋଇପାରିବେ ବୋଲି ସୂର୍ଯ୍ୟ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details