ଓଡିଶା

odisha

ETV Bharat / state

'ଓଡିଶାରେ କଳି, ଦିଲ୍ଲୀରେ କୋଳାକୋଳି' - bhubaneswar

ଆସନ୍ତାକାଲି ନୂଆଦିଲ୍ଲୀରେ ଭେଟାଭେଟି ହେବେ ଓଡିଶା ରାଜନୀତିର ଦୁଇ ହେଭିୱଟ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ଓଡିଶା ଭବନରେ ଉଭୟଙ୍କ ମଧ୍ୟରେ ହେବ ଆଲୋଚନା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Jun 13, 2019, 8:42 PM IST

ଭୁବନେଶ୍ବର: ଆସନ୍ତାକାଲି ନୂଆଦିଲ୍ଲୀରେ ଭେଟାଭେଟି ହେବେ ଓଡିଶା ରାଜନୀତିର ଦୁଇ ହେଭିୱଟ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ଓଡିଶା ଭବନରେ ଉଭୟଙ୍କ ମଧ୍ୟରେ ହେବ ଆଲୋଚନା । ବିଭିନ୍ନ ଇସ୍ପାତ ପ୍ରକଳ୍ପ ଓ ପେଟ୍ରୋଲିୟମ ପ୍ରକଳ୍ପ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ସରକାରୀ ସୂତ୍ର କହୁଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ହେଲେ ଏହି ସାକ୍ଷାତର ଆଶଙ୍କାକୁ ନେଇ ବିରୋଧୀ କଂଗ୍ରେସ କିନ୍ତୁ କିଛି ଅଲଗା ବାସ୍ନା ବାରିଛି । କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ଉଭୟ ବିଜେପି ଓ ବିଜେଡି ଓଡ଼ିଶାରେ କଳି କରନ୍ତି ଓ ନୂଆଦିଲ୍ଲୀରେ କୋଳା କୋଳି ହୁଅନ୍ତି । ମୋଦି ସରକାରଙ୍କ ବିପଦରେ ଅନେକ ସମୟରେ ବିଜେଡି ଛିଡା ହୋଇଛି । ରାଜ୍ୟବାସୀ ତ ଏହାକୁ ଗ୍ରହଣ କରୁଛନ୍ତି, ବିରୋଧୀ କହିଲେ କଣ ହେବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ପୂର୍ବରୁ ଧର୍ମେନ୍ଦ୍ର ଓ ନବୀନଙ୍କ ମଧ୍ୟରେ ନିର୍ବାଚନ ପରେ ପରେ କଥାବାର୍ତ୍ତା ହୋଇଥିବା ଚିତ୍ର ଦେଖିବାକୁ ମିଳିଥିଲା। ସେହିଦିନୁ ଉଭୟ ନରମ ମନୋଭାବ ପୋଷଣ କରୁଛନ୍ତି । କେନ୍ଦ୍ର-ରାଜ୍ୟ ସମ୍ପର୍କ ନୂଆ ରୂପ ନେଇଛି। ଏବେ ପୁଣି ଆଲୋଚନା ଥିବାରୁ ରାଜ୍ୟ ରାଜନୀତିକୁ ଏହା ବେଶ ଉଷ୍ମ କରିଛି ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details