ଓଡିଶା

odisha

ETV Bharat / state

ପଦ ପଦବି ପାଇଁ ଲୋଭ ନଥିବା କହିଲେ ଅପରାଜିତା - bhubaneswar

ଶନିବାର ଦିଲ୍ଲୀରୁ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ରାଜନୀତିରେ କୈଣସି ପଦ ପଦବୀ ପାଇଁ ଲୋଭ ନଥିବା ବେଳେ ଲୋକଙ୍କ ସେବା କରିବା ପାଇଁ ଆସିଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି। 1୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ କାମ କରିବେ ବୋଲି କହିଛନ୍ତି ଅପରାଜିତା ଷଢଙ୍ଗୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

By

Published : Jun 1, 2019, 6:23 PM IST

ଭୁବନେଶ୍ବର: ରାଷ୍ଟ୍ରପତି ଭବନରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ସରିଥିବା ବେଳେ ଶନିବାର ଦିଲ୍ଲୀରୁ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଦଳୀୟ କର୍ମୀ ଓ ଶୁଭେଚ୍ଛୁ ତାଙ୍କୁ ଫୁଲତୋଡା ଦେବା ସହ ବିପୁଳ ସମ୍ବର୍ଦ୍ଧନା ଜଣାଇଛନ୍ତି ।

ରାଜନୀତିରେ କୈଣସି ପଦ ପଦବୀ ପାଇଁ ଲୋଭ ନଥିବା ବେଳେ ଲୋକଙ୍କ ସେବା କରିବା ପାଇଁ ଆସିଛନ୍ତି ବୋଲି ଅପରାଜିତା ପ୍ରତିକ୍ରିୟା ଦେଇଛନ୍ତି । ଆଗାମୀ ଦିନରେ ଭୁବନେଶ୍ବରର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ କୃତଜ୍ଞତା ସଭାର ଆୟୋଜନ କରାଯିବା ସହ ଯେଉଁମାନେ ତାଙ୍କୁ ଭୋଟ ଦେଇଛନ୍ତି ଓ ଯେଉଁ ମାନେ ଭୋଟ ଦେଇନାହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଥିବା ଅପରାଜିତା କହିଛନ୍ତି ।

ଏମପି ଲାଡ୍ ସ୍କିମର ଗାଇଡ୍ ଲାଇନ୍ ବାବଦରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହିତ ଗୋଟିଏ ପିପୁଲ୍ସ ଓ୍ଵେଲଫେୟାର ଫଣ୍ଡ ଆରମ୍ଭ କରିବାକୁ ଚାହୁଁଥିବା ଶ୍ରୀମତୀ ଷଡଙ୍ଗୀ କହିଛନ୍ତି । କୈଣସି ପଦ ପଦବୀ ପାଇଁ ଆଶା ନଥିବା ବେଳେ ବରିଷ୍ଠ ନେତାଙ୍କର ଯାହା ଆଦେଶ ରହିବ ପାଳନ କରିବା ସହ ଲୋକଙ୍କ ପାଇଁ ୧୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ କାମ କରିବେ ବୋଲି କହିଛନ୍ତି ସେ।


ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details