ଓଡିଶା

odisha

ETV Bharat / state

ପ୍ରଥମ ପର୍ଯ୍ୟାୟରେ ଭୋଟ ଦେବେ 60 ଲକ୍ଷରୁ ଊର୍ଦ୍ଧ୍ବ ଭୋଟର, ତାଲିକାରେ ସର୍ବାଧିକ ମହିଳା - ନିର୍ବାଚନ

ଆସନ୍ତା 11 ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବ। ସକାଳ 7ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା 6 ପର୍ଯ୍ୟନ୍ତ ଚାଲିବ। ରାଜ୍ୟର 4ଟି ଲୋକସଭା ଏବଂ 28ଟି ବିଧାନସଭା କ୍ଷେତ୍ରରେ ଏହି ମତଦାନ ଅନୁଷ୍ଠିତ ହେବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Apr 9, 2019, 9:45 PM IST

ଭୁବନେଶ୍ବର: ଆସନ୍ତା 11 ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବ। ସକାଳ 7ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା 6 ପର୍ଯ୍ୟନ୍ତ ଚାଲିବ। ରାଜ୍ୟର 4ଟି ଲୋକସଭା ଏବଂ 28ଟି ବିଧାନସଭା କ୍ଷେତ୍ରରେ ଏହି ମତଦାନ ଅନୁଷ୍ଠିତ ହେବ । ତେବ ଏହାକୁ ସ୍ବଚାରୁରୂପେ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

୮ ଜିଲ୍ଲାକୁ ନିର୍ବାଚନ ପାଇଁ ଅଧିକାରୀ ଯାଇଛନ୍ତି । ୪ଟି ଲୋକସଭା ( ବ୍ରହ୍ମପୁର ,କୋରାପୁଟ ,ନବରଙ୍ଗପୁର ,କଲାହାଣ୍ଡି) ସମେତ ୨୮ଟି ବିଧାନସଭା ଆସନରେ ନିର୍ବାଚନ ହେବ।

୭୨୩୩ଟି ପୋଲିଂ ଷ୍ଟେସନ କରାଯାଇଛି ।
୬୦,୦୩,୭୦୭, ଭୋଟର ରହିଛନ୍ତି।
ସେମାନଙ୍କ ମଧ୍ୟରେ ୩୦,୩୦୨୨୨ ଜଣ ମହିଳା ଭୋଟର ।
୨୯ଲକ୍ଷ ୭୨ହଜାର ୯୨୫ଜଣ ପୁରୁଷ ଭୋଟର ।
୫୬୦ଜଣ କିନ୍ନର ରହିଛନ୍ତି ।

୯୧୫ ଜଣ ଜୋନାଲ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି ।
ମହିଳା ପୋଲଂ ସେଣ୍ଟରପ୍ରତି ବିଧାନସଭା କ୍ଷେତ୍ରରେ କରାଯିବ।
୨୩୭୫,ସମ୍ବେଦନଶୀଳ ବୁଥ୍ ରହିଛି ।
ଏଥର ସବୁ ବୁଥରେ ରାମ୍ପସ୍ ,ପାଣି ,ବିଜୁଳି,ଟଏଲେଟ୍ ବ୍ୟବସ୍ଥା କରାଯାଇଛି
୮୧୬ କମୁନିକେସନ ସାଡୋ ଏରିଆ ରହିଛି।
ପ୍ରଥମ ପ୍ରଯ୍ୟାୟରେ ରହିଛନ୍ତି ୧,୩୩୦୭ ଦିବ୍ୟାଙ୍ଗ ଭୋଟର
6988 ବୁଥରେ ହ୍ଵିଲଚେୟାର ବ୍ୟବହାର କରାଯିବ।
ପ୍ରତି ପୋଲିଂ ସେଣ୍ଟର ରେ ୨ଜଣ ଯୁବକ ରହିବେ, ସେମାନେ ଦିବ୍ୟାଙ୍ଗ ମାନଙ୍କୁ ସହଯୋଗ କରିବ ।


ଗାଡିରୁ ପୋଲିଂ ଷ୍ଟେସନ ପର୍ଯ୍ୟନ୍ତ ଦିବ୍ୟାଙ୍ଗ ମାନଙ୍କୁ ବୁଥକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି। ସ୍ଵତନ୍ତ୍ର ପାସ୍ ଦିଆଯାଇଛି। ଯାହାଦ୍ଵାରା ସେମାନେ ଆଗୁଆ ଭୋଟ ଦେଇପାରିବେ। ବିଛିନ୍ନାଞ୍ଚଳରେ ପୋଲିଂ ଅଫିସର ପହଞ୍ଚିବା ପାଇଁ ଦୁଇଟି ହେଲିକପ୍ଟର ବ୍ୟବସ୍ଥା କରାଯାଇଛି ।

ମାଓ ଇଲାକାରେ ସକାଳ ୭ଟାରୁ ରୁ ଦିନ ୪ ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଅନ୍ୟ ସମସ୍ତ ସ୍ଥାନରେ ସକାଳ ୭ରୁ ୬ଟା ଯାଏ ମତଦାନ କରାଯିବ। ସିଆରପିଏଫ ଯବାନ ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି।


ଚଳିତ ବର୍ଷ ୧୮ରୁ ୧୯ ବର୍ଷ ମଧ୍ୟରେ ୮ଲକ୍ଷ ନୂଆ ଭୋଟର ରହିଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details