ଓଡିଶା

odisha

ETV Bharat / state

ଓଡିଶାରେ ମୋଦି, ଝାରସୁଗୁଡା ବିମାନ ବନ୍ଦରରେ ସମ୍ବର୍ଦ୍ଧନା

ଓଡିଶାରେ ମୋଦି । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କଲେ ଦଳର ବରିଷ୍ଠ ନେତା ।

By

Published : Apr 6, 2019, 11:00 AM IST

Updated : Apr 6, 2019, 11:32 AM IST

ଫାଇଲ ଫଟୋ

ଭୁବନେଶ୍ବର: ନିର୍ବାଚନୀ ପ୍ରଚାର ପାଇଁ ଦିନିକିଆ ଓଡିଶା ଗସ୍ତରେ ମୋଦି । ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ପରେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମୋଦି ସୁନ୍ଦରଗଡ ଅଭିମୁଖେ ଯାତ୍ରା କରିଛନ୍ତି । ସୁନ୍ଦରଗଡ କିରେଇ ନିକଟସ୍ଥ ରୁପିଡିହି ଛତାବର ପଡିଆରେ ସେ ଓହ୍ଲାଇବେ । ଦିନ 11ଟାରେ ସେଠାରେ ଆୟୋଜିତ ଦଳୀୟ ସଭାରେ ସାମିଲ ହେବେ ମୋଦି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଝାରସୁଗୁଡା

ସେହିପରି 12.50ରେ ସୋନପୁର ହେଲିପ୍ୟାଡରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଅପରାହ୍ଣ 1ଟାରେ ସେଠାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ସାମିଲ ହେବେ ବୋଲି ଜଣାପଡିଛି । ଆଉ ମୋଦିଙ୍କ ଗସ୍ତକୁ ନେଇ ବିଜେପି କର୍ମକର୍ତ୍ତା ବେଶ ଉତ୍ସାହିତ ଅଛନ୍ତି ।

ଅଧିକ ପଢନ୍ତୁ: ରାଜଧାନୀରେ ଜମୁଛି ପଲିଟିକାଲ ବିଟ ମ୍ୟୁଜିକ

ମୋଦିଙ୍କୁ ସ୍ବାଗତ ପାଇଁ ତୟାର କର୍ମକର୍ତ୍ତା । ଉଭୟ ବିଜେଡି ଓ କଂଗ୍ରେସ ଉପରେ ଏଥର ବି ଜୋରଦାର ବର୍ଷିପାରନ୍ତି ପ୍ରଧାନମନ୍ତ୍ରୀ । ଦୀର୍ଘ 28 ବର୍ଷପରେ ପ୍ରଧାନମନ୍ତ୍ରୀଙ୍କୁ ନିଜ ମାଟିରେ ସ୍ବାଗତ କରିବେ ସୁବର୍ଣ୍ଣପୁରବାସୀ । ଉଭୟ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Last Updated : Apr 6, 2019, 11:32 AM IST

For All Latest Updates

ABOUT THE AUTHOR

...view details