ଓଡିଶା

odisha

ETV Bharat / state

ବଡ ବଡ ବ୍ଲକକୁ ନେଇ ବିଧାୟକଙ୍କ ଉଦବେଗ

13 ଜିଲ୍ଲାରୁ 30 ଜିଲ୍ଲା ହେଲା । 6 ହଜାର ପଞ୍ଚାୟତରୁ 9 ହଜାର ପଞ୍ଚାୟତ ହେଲା । ସେହିପରି ବ୍ଲକ ବି ବୃଦ୍ଧି କରିବାକୁ ବିଧାନସଭାରେ ଦାବି କଲେ ବିଧାୟକ ।

By

Published : Jul 2, 2019, 12:34 PM IST

Updated : Jul 2, 2019, 1:23 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବ୍ଲକ ପୁନର୍ଗଠନ ନେଇ ବିଧାନସଭା ପ୍ରଶ୍ନକାଳରେ ସରଗରମ ଆଲୋଚନା । ଉଠିଲା ଚିତ୍ରକୋଣ୍ଡା, ଦଶରଥପୁର, ବଡଚନା ଓ ଭୋଗରାଇ ବ୍ଲକ ପୁନର୍ଗଠନ ଦାବି । 13 ଜିଲ୍ଲାରୁ 30 ଜିଲ୍ଲା ହେଲା, 6 ହଜାର ପଞ୍ଚାୟତରୁ 9 ହଜାର ପଞ୍ଚାୟତ ହେଲା । ସେହିପରି ବ୍ଲକ ବି ବୃଦ୍ଧି ହେଉ । ବଡ ବ୍ଲକ ଯୋଗୁଁ ଲୋକଙ୍କୁ ଉତ୍ତମ ସେବା ଯୋଗାଇବାରେ ପ୍ରଶାସନ ବିଫଳ ହେଉଥିବା କହିଛନ୍ତି ବିଧାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପଞ୍ଚାୟତରୁ ବ୍ଲକକୁ ଗଲେ 130 କିମି ଯିବାକୁ ପଡୁଛୁ । ଦଶରଥପୁର ବ୍ଲକର ବି ସମାନ ଅବସ୍ଥା। ଲୋକେ ପ୍ରଶାଶନ ପାଖରେ ପହଞ୍ଚିବେ କେମିତି ? ତେଣୁ ବ୍ଲକ ଭାଗ ଭାଗ କରିବାକୁ ପଡିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରପ୍ରସାଦ ବାହିନୀପତି । ବଡଚନା ଓ ଭୋଗରାଇ ଭଳି ନିର୍ବାଚନ ମଣ୍ଡଳୀରେ ମଧ୍ୟ ଗୋଟିଏ ଲେଖାଏଁ ବ୍ଲକ ରହିଛି । ଭୋଗରାଇରେ 50ଟି ପଞ୍ଚାୟତ ରହିଛି । ଲୋକଙ୍କ ପାଖରେ ପ୍ରଶାସନ କେମିତି ପହଞ୍ଚିବ ବୋଲି ପ୍ରଶ୍ନ କରିଛନ୍ତି ଭୋଗରାଇ ବିଧାୟକ ଅନନ୍ତ ଦାସ । ହିନ୍ଦୋଳ ବ୍ଲକକୁ ପୁନର୍ଗଠନରେ ସାମିଲ କରିବାକୁ ଦାବି କରିଛନ୍ତି ବିଧାୟିକା ସୀମା ନାୟକ ।

ସେପଟେ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ସ୍ବୀକାର କରିଛନ୍ତି । 2013ରେ ଚିତ୍ରକୋଣ୍ଡା ବ୍ଲକ ଗଠନ ହୋଇଥିଲା । କୁଦଗୁଲଗୁମା ବଦଳରେ ଚିତ୍ରକୋଣ୍ଡା ଗଠନ ହୋଇଥିଲା । ରାଜ୍ୟରେ 327ଟି ନୂଆ ବ୍ଲକ ଗଠନ ପାଇଁ ପ୍ରସ୍ତାବ ଆସିଥିଲା । ସରକାର ଏହା ଉପରେ ବିଚାର କରୁଛନ୍ତି ବୋଲି ସେ କହିଛନ୍ତି । ବ୍ଲକ ପୁନର୍ଗଠନ ପାଇଁ କେନ୍ଦ୍ର କି ନୀତି ଆୟୋଗର ଅନୁମତି ଆବଶ୍ୟକ ନାହିଁ। ରାଜ୍ୟ ସରକାରଙ୍କ ଉପରେ ଏହା ନିର୍ଭର କରୁଛି ବୋଲି କହିଛନ୍ତି ପ୍ରତାପ ଜେନା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jul 2, 2019, 1:23 PM IST

ABOUT THE AUTHOR

...view details