ଓଡିଶା

odisha

ETV Bharat / state

ଅସୁରକ୍ଷିତ ରାଜଧାନୀ: ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ସଚିବଙ୍କୁ ଆକ୍ରମଣ

ରାଜଧାନୀ ପାଲଟିଛି ଅପରାଧୀଙ୍କ ଆଡ୍ଡାସ୍ଥଳୀ । ସାଧାରଣ ଲୋକଙ୍କ ସହ ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ । ଗତକାଲି ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ସଚିବ ।

By

Published : Jun 28, 2019, 5:48 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଭୁବନେଶ୍ବର: ଦିନକୁ ଦିନ ଅପରାଧୀଙ୍କ ଭୂସ୍ବର୍ଗ ପାଲଟୁଛି ରାଜଧାନୀ । କେବେ କିଏ କେଉଁଠି ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହେବ ସେନେଇ ସାଧାରଣ ଲୋକ ଭୟଭୀତ ଥିବାବେଳେ ଏବେ ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି ଦୁର୍ବୃତ୍ତ । ଗତକାଲି ସଂଧ୍ୟା ସମୟରେ ୟୁନିଟ 6 ଅଞ୍ଚଳରେ ଘଟିଛି ଏମିତି ଏକ ଘଟଣା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ବଟକୃଷ୍ଣ ଦେଉରୀ ସଂଧ୍ୟାରେ ନିଜ କ୍ବାର୍ଟରରୁ ଫେରୁଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ଗୋଟିଏ କଳା ରଙ୍ଗର ବାଇକରେ ଆସି ଲୁହା ରଡରେ ମାଡ ମାରିବା ସହ ତାଙ୍କୁ ଧମକ ଦେଇ ଫେରାର ହୋଇ ଯାଇଥିଲେ । ତେବେ ଦୁର୍ବୃତ୍ତମାନେ ମୁହଁରେ ମଧ୍ୟ କଳାରଙ୍ଗର କପଡା ବାନ୍ଧିଥିବାକୁ ତାଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର ଥିଲା । ତେବେ ଏହା ପ୍ରାୟୋଜିତ ଆକ୍ରମଣ ବୋଲି ବୋଲି କହିଛନ୍ତି ସଚିବ ।

ଘଟଣା ପରେ କ୍ୟାପିଟାଲ ଥାନାରେ ସଚିବ ଅଭିଯୋଗ କରିବା ସହ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ଅନୁରୋଧ କରିଛନ୍ତି । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ଅପରାଧୀଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଡିସିପି ଅନୁପ ସାହୁ ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details