ଓଡିଶା

odisha

ETV Bharat / state

ଖଣି ଖାଦାନରେ ଏସଟିଏଫ, ୩ ମାଫିଆ ଗିରଫ - stf

ଖୋର୍ଦ୍ଧା ପରେ ଏବେ ଟାଙ୍ଗୀ ପାଳି । ଖଣି ଖାଦାନରେ ଏସଟିଏଫର ଚଢାଉ । 3 ଖଣି ମାଫିଆ ଗିରଫ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 1, 2019, 6:58 PM IST

Updated : Jul 1, 2019, 7:05 PM IST

ଭୁବନେଶ୍ବର: ଖୋର୍ଦ୍ଧା ପରେ ଏବେ ଟାଙ୍ଗୀ ଖଣି ଖାଦାନରେ ଏସଟିଏଫ ଟିମ । ବେଆଇନ ଖଣି ଖନନ ନେଇ ଟାଙ୍ଗୀ ତହସିଲ ଅନ୍ତର୍ଭୁକ୍ତ ବଳରାମପୁର ପଥର ଖାଦାନରେ ଅଚାନକ ଚଢାଉ କରିଛନ୍ତି ଏସଟିଏଫ ଇନସ୍ପେକଟର ଆଲୋକ ଜେନାଙ୍କ ଟିମ । ଚଢାଉ ବେଳେ ତିନି ଜଣ ଖଣି ମାଫିଆଙ୍କୁ ଗିରଫ କରିଛି ଟିମ ।

ଗିରଫ ଖଣି ମାଫିଆମାନେ ହେଲେ ନୟାଗଡର ଶ୍ୟାମାବନ୍ଧୁ ଡାକୁଆ, ମାନସ ରଞ୍ଜନ ପ୍ରଧାନ, ଖୋର୍ଦ୍ଧା ଜଙ୍କିଆର ମୁକୁନ୍ଦ ଖଣ୍ଡାୟତ ରାୟ । ଖାଲି ସେତିକି ନୁହେଁ ସେଠାରୁ ବେଆଇନ ଖଣି ଖାଦାନରେ ବ୍ୟବହାର ହେଉଥିବା କ୍ରସର ଫିଟେଡ ଟ୍ରାକ୍ଟର ,ପଥର ବୋଝେଇ ଟ୍ରକ, ଅଟୋକଟ ଷ୍ଟାବିଲାଇଜର, ଇଲେକ୍ଟ୍ରିକ ୱେୟାର, ହାମର , ଜ୍ଯାକ, ଡ୍ରିଲର, ଡିଜେଲ କମ୍ପ୍ରେସର ଆଦି ଜବତ କରାଯାଇଛି ।

ତେବେ ଗିରଫ ଅଭିଯୁକ୍ତମାନଙ୍କୁ ଆଜି ଟାଙ୍ଗୀ ଜେଏମଏଫସି କୋର୍ଟରେ ହାଜର କରାଯାଇଛି । ଆଇପିସିର ଧାରା ୩୭୯, ୪୪୭, ୩୪, ଆର୍ମସ ଆକ୍ଟ ୨୫,୨୭, ଇଣ୍ଡିଆନ ଏତ୍ସପ୍ଲୋସିଭ ଆକ୍ଟ ୩,୪,୫ରେ କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ଖୋର୍ଦ୍ଧା ତହସିଲ ଅଞ୍ଚଳରେ ତାପଙ୍ଗ ଖଣିରେ ଚଢାଉ ବେଳେ ଜଣେ ଖଣି ମାଫିଆକୁ ଗିରଫ କରିଥିଲା ଟିମ । ଆଗକୁ ମଧ୍ୟ ଖଣି ମାଫିଆଙ୍କ ଗିରଫଦାରି ବଢିପାରେ ବୋଲି ସୁଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 1, 2019, 7:05 PM IST

For All Latest Updates

ABOUT THE AUTHOR

...view details