ଓଡିଶା

odisha

ETV Bharat / state

ମନୁଷ୍ୟକୃତ ତୃଟି ନେଇ 4 ବୁଥ୍‌ରେ ସାନି ମତଦାନ

ପୋଲିଂ ଅଧିକାରୀଙ୍କ ତୃଟି ଯୋଗୁଁ 4ଟି ବୁଥ୍‌ରେ ସାନି ମତଦାନ ନିଷ୍ପତ୍ତି । 129 ବଣାଇ ବିଧାନସଭା, 213 ସୁନ୍ଦରଗଡ ବିଧାନସଭା, 210 ଦଶପଲ୍ଲା ବିଧାନସଭା, 222 ଦଶପଲ୍ଲା ବିଧାନସଭାରେ ସାନି ମତଦାନ ହେବା ନେଇ ନିଷ୍ପତ୍ତି ନିଆଯାଇଛି ।

By

Published : Apr 18, 2019, 5:02 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପୋଲିଂ ଅଧିକାରୀଙ୍କ ତୃଟି ଯୋଗୁଁ 4ଟି ବୁଥ୍‌ରେ ସାନି ମତଦାନ ନିଷ୍ପତ୍ତି । 129 ବଣାଇ ବିଧାନସଭା, 213 ସୁନ୍ଦରଗଡ ବିଧାନସଭା, 210 ଦଶପଲ୍ଲା ବିଧାନସଭା, 222 ଦଶପଲ୍ଲା ବିଧାନସଭାରେ ସାନି ମତଦାନ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଏଥିସହ ଏହି ତୃଟିରେ ଯେଉଁ ଅଧିକାରୀଙ୍କର ସମ୍ପୃକ୍ତି ରହିଛି, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଏହି ତୃଟି ଯାନ୍ତ୍ରିକ ନୁହେଁ, ମନୁଷ୍ୟକୃତ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଇଭିଏମ୍‌ ବା ଭିଭିପାଟ୍‌ ମେସିନ୍‌ରେ କୌଣସି ପ୍ରକାର ତୃଟି ନଥିଲା । ହେଲେ ଯେଉଁ ଭିଭିପାଟ୍‌ ଯେଉଁଠି ଲଗାଯିବା କଥା ତାହା ହୋଇନାହିଁ । ଫଳରେ ସମସ୍ୟା ସୃଷ୍ଟି ହୋଇ ମତଦାନରେ ଅସୁବିଧା ହୋଇଛି ।

ଅନ୍ୟପଟେ ଦିନ 3ଟା ସୁଦ୍ଧା ମୋଟ୍‌ 53 ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details