ଓଡିଶା

odisha

ETV Bharat / state

ବିଜେପି ନେତାଙ୍କ ହତ୍ୟା ଘଟଣା, ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣାର ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଇଛନ୍ତି ଡିଜିପି ବି.କେ. ଶର୍ମା।

By

Published : Apr 16, 2019, 4:10 PM IST

Updated : Apr 16, 2019, 6:07 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଖୋର୍ଦ୍ଧା ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ । ପୂରା ଘଟଣାର ତଦାରଖ କରିବେ ଆଇଜି ଅରୁଣ ବୋଥ୍ରା। ଏନେଇ ସୂଚନା ଦେଇଛନ୍ତି ଡିଜିପି ବି.କେ. ଶର୍ମା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଡିଜିପିଙ୍କ ସୂଚନା ମୁତାବକ, ଜିଲ୍ଲା ପୋଲିସ ସହ କ୍ରାଇମବ୍ରାଞ୍ଚର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି । କ୍ରାଇମବ୍ରାଞ୍ଚ ଡିଏସପି ପ୍ରମୋଦ ରଥ ଘଟଣାର ତଦନ୍ତଭାର ନେଇଛନ୍ତି । ତଦନ୍ତ କରିବା ପାଇଁ ତାଲିକା ବି ପ୍ରସ୍ତୁତ ହୋଇଛି । ଏକ ସାଇବର ଟିମ ମଧ୍ୟ କ୍ରାଇମବ୍ରାଞ୍ଚକୁ ସହଯୋଗ କରିବା ପାଇଁ ମହଜୁତ ରହିଛି ବୋଲି ବି.କେ. ଶର୍ମା କହିଛନ୍ତି ।

ସୂଚନା ଅନୁଯାୟୀ, ରାଜନୈତିକ ଶତ୍ରୁତା କାରଣରୁ କିଛି ଦୁର୍ବୃତ୍ତ ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ହତ୍ୟା କରିଥିଲେ । ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି । ଘଟଣାରେ ଯେଉଁମାନଙ୍କ ହାତ ଥାଉନା କାହିଁକି, ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଡିଜିପି ବି. କେ. ଶର୍ମା।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Apr 16, 2019, 6:07 PM IST

ABOUT THE AUTHOR

...view details