ଭୁବନେଶ୍ବର: ମାଉଣ୍ଟ ଏଭେରେଷ୍ଟରେ ପ୍ରାଣ ତ୍ୟାଗ କରିବା ପରେ କଳ୍ପନାଙ୍କୁ ଝୁରୁଛି ଜନ୍ମମାଟି । ଶନିବାର ରାତି 9ଟାରେ ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ବର ଅଣାଯିବାର ଥିବା ବେଳେ ଏଥିରେ ଦେଖାଦେଇଛି ପୁଣି ବିଳମ୍ବ । ଫଳରେ ରବିବାର ସକାଳେ ଏହା ଓଡିଶା ମାଟି ଫେରିବା ନେଇ ସୂଚନା ମିଳିଛି ।
କଳ୍ପନାଙ୍କ ପାର୍ଥିବ ଶରୀର ଆସିବାରେ ପୁଣି ବିଳମ୍ବ
ଶନିବାର ରାତି 9ଟାରେ କଳ୍ପନାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ବର ଅଣାଯିବାର ଥିବା ବେଳେ ଏଥିରେ ଦେଖାଦେଇଛି ପୁଣି ବିଳମ୍ବ । ଫଳରେ ରବିବାର ସକାଳେ ଏହା ଓଡିଶା ମାଟି ଫେରିବା ନେଇ ସୂଚନା ମିଳିଛି ।
ଫାଇଲ ଫଟୋ
ସୂଚନା ଅନୁଯାୟୀ କଳ୍ପନାଙ୍କ ମୃତ୍ୟୁର 9 ଦିନ ପରେ ତାଙ୍କ ଶରୀର ଓଡିଶା ମାଟି ଫେରିବାର ସୂଚନା ରହିଥିଲା । ତେବେ ଶନିବାର ସନ୍ଧ୍ୟା ସୁଦ୍ଧା ଏହା ନୂଆଦିଲ୍ଲୀରେ ପହଞ୍ଚିସାରିଛି । ହେଲେ ବାଧା ସୃଷ୍ଟି କରିଛି ଖରାପ ପାଗ । ଫଳରେ ବିମାନ ସେବା ବାଧାପ୍ରାପ୍ତ ହୋଇ ରବିବାର ସକାଳେ ପାର୍ଥିବ ଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ନେଇ ଜଣା ପଡିଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାଶ, ଇଟିଭି ଭାରତ