ଓଡିଶା

odisha

ETV Bharat / state

ବିଜେଡ଼ିରେ ମିଶିଲେ ଯୋଗେଶ, ଥଇଥାନ ହେଲେ କୁସୁମ - BJD

ଶେଷରେ ବିଜେଡିରେ ମିଶିଛନ୍ତି ସୁନ୍ଦରଗଡର ପୂର୍ବତନ ବିଧାୟକ । କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ଆଗାମୀ ନିର୍ବାଚନରେ 7ଟି ବିଧାନସଭା, ଗୋଟିଏ ଲୋକସଭା ଆସନ ବିଜେଡି ସୁନ୍ଦରଗଡରେ ଜିତିବ ବୋଲି ଯୋଗେଶ ସିଂହ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Feb 6, 2019, 3:42 PM IST

ଭୁବନେଶ୍ବର: ବିଜେଡିରେ ଯୋଗ ଦେଲେ ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂହ । ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦଳରେ ମିଶିଛନ୍ତି ଯୋଗେଶ ସିଂହ ଓ ତାଙ୍କ ସମର୍ଥକ ।

ଏହି ଅବସରରେ ରଘୁନାଥ ପାଲିର ବିଜେଡି ବି

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଧାୟକ ସୁବ୍ରତ ତରାଇ, ରାଜଗାଙ୍ଗପୁରର ବିଧାୟକ ମଙ୍ଗଳା କିଷାନ, ବିଜେଡି ନେତ୍ରୀ କୁସୁମ ଟେଟେଙ୍କ ସହିତ ସୁନ୍ଦରଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଶାନ୍ତ ନନ୍ଦ ଉପସ୍ଥିତ ଥିଲେ । କିଛି ଦିନ ତଳେ କଂଗ୍ରେସ ଛାଡିଥିଲେ ଯୋଗେଶ ସିଂହ । ତେବେ ଯୋଗେଶଙ୍କୁ ଦଳରେ ମିଶାଇବାକୁ ନେଇ କୁଷୁମ ଟେଟେ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ନେଇ କୁସୁମ ଟେଟେଙ୍କ ଘରେ ଏକ ବୈଠକ ବସିଥିଲା। ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ ପ୍ରଶାନ୍ତ ନନ୍ଦ ଯାଇ ବୁଝାସୁଝା କରିଥିଲେ ।

ତେବେ ଏହି ମିଶ୍ରଣ ପର୍ବ ପୂର୍ବରୁ କୁସୁମ ଟେଟେ ସୁନ୍ଦରଗଡ଼ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । 2 ବର୍ଷ ପାଇଁ ଏହି ପଦବୀରେ ରହିବେ । କୁସୁମଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details