ଓଡିଶା

odisha

ETV Bharat / state

ଘୁଞ୍ଚିଲା ଜାମିନ ଆବେଦନର ଶୁଣାଣି, ଝାରପଡା ଜେଲ ଯିବେ ସରୋଜ - BJD MLA

ଆସନ୍ତା 5 ତାରିଖରେ ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତରେ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବ । ଫଳରେ 5 ତାରିଖ ପର୍ଯ୍ୟନ୍ତ ସେ ଝାରପଡ଼ା ଜେଲରେ ରହିବେ ବୋଲି ଜଣାପଡ଼ିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 1, 2019, 2:36 PM IST

Updated : Jul 1, 2019, 5:44 PM IST

ଭୁବନେଶ୍ବର: ପାଟଣାଗଡ ବିଧାୟକଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା 5 ତାରିଖରେ ହେବ । ଓକିଲ ସଂଘର ଆନ୍ଦୋଳନ ପାଇଁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି । ଫଳରେ ତାଙ୍କୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଝାରପଡା ଜେଲରେ ରହିବାକୁ ପଡିବ । ଆଜି(ସୋମବାର) ଶୁଣାଣି ପାଇଁ ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟରେ ହାଜର ହୋଇଥିଲେ ବିଧାୟକ ସରୋଜ ମେହେର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏ ସମ୍ପର୍କରେ ଏଟ୍ରୋସିଟିର ପୀଡିତ ଜୟକାନ୍ତ ଶବର ଏବଂ ଅଭିଯୋଗକାରିଣୀ ପ୍ରବୀଣ ରାଜହଂସ, ଏସଡିପିଓ ପାଟଣାଗଡ଼ ଓ ସ୍ପେସିଆଲ ଆଡିସନାଲ ପବ୍ଲିକ ପ୍ରସିକ୍ୟୁଟରଙ୍କୁ ଆଡିସନାଲ ଡିଷ୍ଟ୍ରିକ୍ଟ-ଏଣ୍ଡ ସେସନ ଜଜ କମ ସ୍ପେସିଆଲ ଜଜ ପାଟଣାଗଡ଼ ପତ୍ର ନଂ 22(4)ତା 29.06.19ରେ ନୋଟିସ ଜାରି କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ରାସ୍ତାକାମରେ ଅନିୟମିତତା ଦର୍ଶାଇ ପୂର୍ତ୍ତ ବିଭାଗର ଜେଇଙ୍କୁ ଶହେ ଥର ଉଠବସ ହେବାକୁ କହିଥିଲେ ବିଧାୟକ ସରୋଜ ମେହେର । ଏହି ଘଟଣାରେ ଗତ 23 ତାରିଖରେ ବିଧାୟକଙ୍କୁ ଗିରଫ କରାଯାଇଥିଲା । ଜାମିନ ଖାରଜ ହେବାରୁ ବିଧାୟକଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jul 1, 2019, 5:44 PM IST

ABOUT THE AUTHOR

...view details