ଓଡିଶା

odisha

ETV Bharat / state

ଲକ୍ଷ୍ୟ ଶୃଙ୍ଖଳିତ ନିର୍ବାଚନ, ଓଡିଶାରେ 5 ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ - Bbsr

ଓଡିଶାରେ ଅନ୍ୟ 5 ରାଜ୍ୟ ପୋଲିସର ବରିଷ୍ଠ ଅଧିକାରୀ । ସାଧାରଣ ନିର୍ବାଚନର ଶୃଙ୍ଖଳିତ ପରିଚାଳନା ନେଇ ଆରମ୍ଭ ହୋଇଛି ବୈଠକ । ଫୋକସରେ ନକ୍ସଲ ଇଲାକା। ବିଭିନ୍ନ ପ୍ରସଙ୍ଗକୁ ନେଇ ଚାଲିଛି ଆଲୋଚନା।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Feb 22, 2019, 3:39 PM IST

ଭୁବନେଶ୍ବର: ଶୁକ୍ରବାର ଶୃଙ୍ଖଳିତ ନିର୍ବାଚନ ପରିଚାଳନା ନେଇ ଆରମ୍ଭ ହୋଇଛି ବୈଠକ । ଭୁବନେଶ୍ବର ଡିଜି କ୍ୟାମ୍ପ ଅଫିସରେ ଏହି ବୈଠକ ଚାଲିଛି । ବୈଠକରେ ଓଡିଶା ସମେତ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ, ଛତିଶଗଡ ଓ ପଶ୍ଚିମବଙ୍ଗର ବରିଷ୍ଠ ପୋଲିସ ଅଧିକାରୀ ସାମିଲ ହୋଇଛନ୍ତି।ସାଧାରଣ ନିର୍ବାଚନକୁ କିପରି ସୁରଖୁରରେ କରାଯାଇପାରିବ, ସେନେଇ ଆଲୋଚନା ଚାଲିଛି। ବିଶେଷକରି ନିର୍ବାଚନ ବେଳେ ନକ୍ସଲ ଗତିବିଧି, ବ୍ରାଉନସୁଗାର କାରବାର, ନକଲି ଟଙ୍କା କାରବାରକୁ କିପରି ରୋକାଯାଇପାରିବ, ତାଉପରେ ଗୁରୁତ୍ବ ଦିଆଯାଉଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅପରାଧିଙ୍କ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟ ସହ କିପରି କନେକସନ ରହୁଛି ଏବଂ ଏହାକୁ କିପରି ନିୟନ୍ତ୍ରଣ କରାଯାଇପାରିବ, ସେନେଇ ବରିଷ୍ଠ ଅଧିକାରୀ ଆଲୋଚନା କରୁଛନ୍ତି। ଏଥିରେ ତେଲେଙ୍ଗାନା ଆଇଜିପି ଶ୍ରୀନିଭାସୁଲୁ ବି, ପଶ୍ଚିମବଙ୍ଗ ଡିଆଇଜି ଦେବେନ୍ଦ୍ର ପ୍ରକାଶ ସିଂ, ଝାରଖଣ୍ଡ ଡିଆଜି କୁଲଦୀପ ଦ୍ବୀବେଦି, ଆନ୍ଧ୍ର ପ୍ରଦେଶ ଏଡିଜିପି ଗ୍ରେହଣ୍ଡ ଅକ୍ଟୋପସ ନଳିନି ପ୍ରଭାତ ଏବଂ ଓଡିଶା ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସାମିଲ ହୋଇଛନ୍ତି। ଏହାସହ କୋଷ୍ଟାଲ ଏବଂ ରେଲୱେ ଅତିରିକ୍ତ ଡିଜିପି ପ୍ରାଣବିନ୍ଦୁ ଆଚାର୍ଯ୍ୟ ଏବଂ ଅନ୍ୟ ପୋଲିସ ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ନ୍ୟୁଜ

ABOUT THE AUTHOR

...view details