ଓଡିଶା

odisha

ETV Bharat / state

ଅଦାଲତରେ ବକେୟା ମାମଲା ଉପରେ ଦିଆଯିବ ଗୁରୁତ୍ୱ: ଜଷ୍ଟିସ ଜାଭେରୀ

ବାର ସଂଗଠନର ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ ହାଇକୋର୍ଟର ମୁଖ୍ୟ ବିଚାରପତି କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ।

By

Published : Mar 16, 2019, 9:20 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ୱର: ବାର ସଂଗଠନର ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ ହାଇକୋର୍ଟର ମୁଖ୍ୟ ବିଚାରପତି କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ । ବିଭିନ୍ନ ସମୟରେ ସମସ୍ୟାକୁ ନେଇ ଗତି କରୁଥିବା ଜୁଡ଼ିସିଆଲ କମ୍ପ୍ଲେକ୍ସ ଖୁବ ଶୀଘ୍ର ପ୍ରସ୍ତୁତ କରିବା ସହ ବିଭିନ୍ନ ଅଦାଲତରେ ବକେୟା ମାମଲାର ବିଚାର ଉପରେ ଗୁରୁତ୍ୱ ଦିଆଯିବ। ଇ-ବ୍ୟବସ୍ଥାରେ କାଗଜ ବିହୀନ କୋର୍ଟ କାର୍ଯ୍ୟ ଉପରେ ବି ଗୁରୁତ୍ୱ ରହିବ। ଆଇନଜୀବୀଙ୍କୁ ସବୁ ପ୍ରକାର ତାଲିମ ଦେବା ଉଚିତ ବୋଲି ଜଷ୍ଟିସ ଜାଭେରୀ କହିଛନ୍ତି।

ଭିଡିଓ ସୌଜନ୍ୟ- ସମ୍ୱାଦଦାତା, ଭୁବନେଶ୍ୱର

ଏହି ବାର୍ଷିକ ଉତ୍ସବରେ ଯୋଗ ଦେଇ ଜଷ୍ଟିସ ଜାଭେରୀ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥିଲେ। ଯାହାକୁ ନେଇ ଆଇନଜୀବୀଙ୍କ ସହ ନ୍ୟାୟ ପାଇବା ପାଇଁ ଆସୁଥିବା ଲୋକଙ୍କର ବିଶ୍ୱାସକୁ କିଭଳି ଜିତି ହେବ, ତା ସହ ଲୋକଙ୍କର ନ୍ୟାୟକୁ କିଭଳି ସମ୍ମାନ ଦେଇ ହେବ, ସେ ନେଇ ଆଲୋଚନା କରିଥିଲେ।

ଏହାଛଡା ଭୁବନେଶ୍ୱର ବାର ଆସୋସିଏସନର ସଭାପତି ଦୁର୍ଗା ମାଧବ ମିଶ୍ର କହିଛନ୍ତି ଯେ, ଭୁବନେଶ୍ୱର ବାର ଆସୋସିଏସନରେ ଯାହା ସମସ୍ୟା ରହିଛି ଯଥା ଶୀଘ୍ର ସମାଧାନ ହେବ। ଅନ୍ୟପଟେ ଜଷ୍ଟିସ ଜାଭେରୀଙ୍କୁ ପ୍ରଶଂସା କରିବା ସହ କିଭଳି ଭାବରେ ଲୋକଙ୍କ ନ୍ୟାୟ ପାଇବେ, ସେ ନେଇ ମଧ୍ୟ ଆଲୋଚନା କରିଥିଲେ। ଏହି ଉତ୍ସବରେ ଅନ୍ୟ ମୁଖ୍ୟ ବରିଷ୍ଠ ଆଇନଜୀବୀମାନେ ଉପସ୍ଥିତ ରହିଥିଲେ।

ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details