ଓଡିଶା

odisha

ETV Bharat / state

ଚାଷୀଙ୍କୁ ରାଜଧାନୀ ମନା ! ଜିଦରେ ସରକାର

ଚାଷୀଙ୍କୁ ସରକାରଙ୍କ ଡର । ଆଜି ଭୁବନେଶ୍ବରରେ ନବ ନିର୍ମାଣ ସଂଗଠନର ଏକ ବିଶାଳ ଚାଷୀ ସମାବେଶ ରହିଛି । ତେଣୁ ବିଭିନ୍ନ ରାସ୍ତା ଦେଇ ଭୁବନେଶ୍ବରକୁ ଆସୁଥୁଲେ ଚାଷୀ ଓ ଚାଷୀ ନେତା । ହେଲେ ସେମାନଙ୍କୁ ଅଧାବାଟରୁ ବଳପୂର୍ବକ ଉଠାଇ ନେଇଛି ପୋଲିସ ।

By

Published : Feb 6, 2019, 3:05 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଭୁବନେଶ୍ବରକୁ ଆସୁଥୁଲେ ଚାଷୀ ଓ ଚାଷୀ ନେତା । ହେଲେ ସେମାନଙ୍କୁ ଅଧାବାଟରୁ ବଳପୂର୍ବକ ଉଠାଇ ନେଇଛି ପୋଲିସ । ଭୁବନେଶ୍ବରକୁ ପ୍ରବେଶ ପାଇଁ ପଳାଶୁଣୀ, ରେଲଓ୍ବେ ଷ୍ଟେସନ, ଖଣ୍ଡଗିରି ଛକରୁ ଚାଷୀଙ୍କୁ ଗିରଫ କରାଯାଇଛି । ଅନ୍ୟସ୍ଥାନ ମାନଙ୍କରେ ଚାଷୀ ମାନଙ୍କୁ ଅଟକ ରଖାଯାଇଥିବା ସୂଚନା ରହିଛି । ଏମିତିକି ପୂର୍ବ ପ୍ରସ୍ତୁତି ଅନୁଯାୟୀ ରାସ୍ତାରେ ପୋଲିସ ବ୍ୟାରିକଟେ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ପ୍ରାଇସ, ପ୍ରେଷ୍ଟିଜ, ପେନସନ ଏବଂ ମଣ୍ଡିରେ ଅବ୍ୟବସ୍ଥା ଆଦିକୁ ପ୍ରସଙ୍ଗ କରି ରାଜଧାନୀରେ ବିଶାଳ ଚାଷୀ ସମାବେଶ କରିବାକୁ ନିଷ୍ପତ୍ତି ନେଇଥିଲା କୃଷକ ସଂଗଠନ । ଏହାପୂର୍ବରୁ ନଭେମ୍ବର 2018ରେ ମଧ୍ୟ ନବ ନିର୍ମାଣ କୃଷକ ସଂଗଠନ ଚାଷୀ ସମାବେଶ ପାଇଁ ଡାକରା ଦେଇଥିଲା । ହେଲେ ସରକାର ବଳ ପୂର୍ବକ ପୋଲିସ ଲଗାଇ ଚାଷୀ ନେତାଙ୍କୁ ଉଠାଇ ନେଇଥିଲେ ।

ତେବେ ଶାସକ ଦଳ ବିଜୁ ଜନତା କୃଷକ ଦଳ ଗଢିଛି । ଯେଉଁଥିରେ କୃଷକଙ୍କ ସମସ୍ୟାକୁ ଗୁରୁତ୍ବ ଦେବ ବୋଲି ଆଭିମୁଖ୍ୟ ରହିଛି । ସେପଟେ କାଳିଆ ଯୋଜନା ଚାଷୀଙ୍କ ପାଇଁ ସାରା ଦେଶରେ ସବୁଠୁ ବଡ ଯୋଜନା ବୋଲି ଦାବି କରୁଛି ବିଜେଡି । ହେଲେ ଏବେ ଚାଷୀଙ୍କ ସମସ୍ୟା ଶୁଣିବାକୁ କାହିଁକି ପଛଘୁଞ୍ଚା ଦେଉଛି ଶାସକ ଦଳ ବା ସରକାର ? ନିର୍ବାଚନ ସମୟ ବେଳେ ଭାବମୂର୍ତ୍ତୀ କ୍ଷୁର୍ଣ୍ଣ ଭୟରେ ସରକାର ଏପରି କରୁଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details